ଢେଙ୍କାନାଳ : ଦିନ ଦିପହରେ ବନ୍ଧୁକ ଓ ଖଣ୍ଡା ଦେଖାଇ ଜନସେବା କେନ୍ଦ୍ର ଏଜେଣ୍ଟଙ୍କ ଠାରୁ ୮୦ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଧୂବାବାହାଳୀ -ଶ୍ରୀମୁଳା ପୂର୍ତ୍ତ ବିଭାଗ ରାସ୍ତାରେ ଜନ ସେବା କେନ୍ଦ୍ର ଏଜେଣ୍ଟ ଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟ ହୋଇଛି । ଏକ କଳା ପଲସର ରେ ଦୁଇ ହେଲମେଟ ପିନ୍ଧା ଦୁର୍ବୁତ୍ତ, ବନ୍ଧୁକ ଓ ଖଣ୍ଡା ଦେଖାଇ ଏହି ଲୁଟ କରିଛନ୍ତି । ସୂଚନା ମୁତାବକ ଜନ ସେବା କେନ୍ଦ୍ର ଏଜେଣ୍ଟ ଜଣକ ହେଉଛନ୍ତି ଧୋବାବାହାଳୀ ଗ୍ରାମର ବିକାଶ ସାହୁ । ସେ ଶ୍ରୀମୁଳ ଛକ ରେ ଏକ ଜନ ସେବକେନ୍ଦ୍ର ଖୋଲିଛନ୍ତି । ପ୍ରତେକ ଦିନ ପରି ସେ ଘରୁ ନଗଦ ୮୦ ହଜାର ଟଙ୍କା ନେଇ ଏକ ବ୍ୟାଗରେ ଜନ ସେବା କେନ୍ଦ୍ର କୁ ଯାଉଥିବା ବେଳେ, ଯିବା ରାସ୍ତାରେ ଏକ କଳା ପଲସର ରେ ଦୁଇ ଜଣ ହେଲମେଟ ପିନ୍ଧା ଦୁର୍ବୁତ୍ତ ତାଙ୍କୁ ଅଟକାଇବା ସହ, ବନ୍ଧୁକ ଓ ଖଣ୍ଡା ଦେଖାଇ,ତାଙ୍କ ଠାରୁ ଟଙ୍କା ବ୍ୟାଗଟି ଛଡାଇ ନେଇ ମହୁଲ ଡଗର ରାସ୍ତାରେ ପଳାଇ ଥିଲେ । ତେବେ ଏନେଇ ସେ ପୋଲିସ କୁ ସଙ୍ଗେ ସଙ୍ଗେ ଫୋନ ଯୋଗେ ଅଭିଯୋଗ କରିବା ସହ ସ୍ଥାନୀୟ ଲୋକଙ୍କୁନେଇ ତାଙ୍କୁ ପିଛା କରିଥିଲେ । ତେବେ ଦୁର୍ବୁତ୍ତ ମାନେ ମହୁଲ ଡଗର ଦେଇ କଦଳୀପାଳ ରାସ୍ତାରେ ବାହାରି ଢେଙ୍କାନାଳ ଅଭିମୁଖେ ପଳାଇଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ତୁମୁସିଙ୍ଗା ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।