ଭୁବନେଶ୍ୱର : କିଟ ଆନ୍ତର୍ଜାତୀୟ ବିଦ୍ୟାଳୟର ପ୍ରିନସପାଲଙ୍କୁ ନିର୍ଦ୍ଦେଶକ ଭାବେ ପଦୋନ୍ନତି | ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତା ସାମନ୍ତଙ୍କ ଆଶୀର୍ବାଦରେ ଆଜି କିଟ ପ୍ରିନସପାଲ ଡ଼ଃ ସଞ୍ଜୟ ସୁଆରଙ୍କୁ ବିଦ୍ୟାଳୟ ନିର୍ଦ୍ଦେଶକ ଭାବରେ ପଦୋନ୍ନତି ଦିଆଯାଇଛି। ଓଡ଼ିଶାର ତଥା ତା’ର ବାହାରେ ଥିବା ଏକାଡେମିକ୍ ସର୍କଲରେ ଡକ୍ଟର ସଞ୍ଜୟ ସୁଆରଙ୍କ ନାମ ପରିଚିତ | ତାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ଆଜି ସେ ସମ୍ମାନିତ | ସେ ସର୍ବଦା ନିଜ ଛାତ୍ର ମାନଙ୍କୁ ମାର୍ଗଦର୍ଶନ ଦେଇଥାନ୍ତି | ଯେଉଁଥିପାଇଁ ସେ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି | ଗତ 15 ବର୍ଷ ହେଲା ସେ ସମ୍ଭାଳି ଆସିଛନ୍ତି ଏହି ଅନୁଷ୍ଠାନ | ସେଥିପାଇଁ ତାଙ୍କୁ ନିର୍ଦ୍ଦେଶକ ଭାବରେ ପଦୋନ୍ନତି ଦିଆଯାଇଛି।