ପେଟ୍ରୋଲ–ଡିଜେଲ ପରେ ବୃଦ୍ଧି ପାଇଲା ଏଲପିଜି ସିଲିଣ୍ଡର ଦର

ନୁଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ହୁ ହୁ ହୋଇ ବଢିଚାଲିଛି ତୈଳ ଦର । ସେ ରନ୍ଧନ ତୈଳ ହେଉ କି ଡିଜେଲ ସବୁର ଦର ଦାମ ବୃଦ୍ଧି ହୋଇଛି । ଏ ସବୁ ପରେ ଏବେ ବୃଦ୍ଧି ପାଇଛି ଏଲପିଜି ସିଲିଣ୍ଡର ଦର । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ପଇସା ବୃଦ୍ଧି ପାଇଥିବା ବେଳେ ଏଲପିଜି ସିଲିଣ୍ଡର ଦର ୫୦ଟଙ୍କା ବୃଦ୍ଧି ପାଇଛି। ୧୪.୨କେଜି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦ଟଙ୍କା ବୃଦ୍ଧି ପାଇଥିବା ବେଳେ ଏବେ ଆପଣଙ୍କୁ ଗୋଟେ ସିଲିଣ୍ଡର କିଣିବା ପାଇଁ ୯୪୯.୫୦ ଟଙ୍କା ଦେବାକୁ ହେବ। ପେଟ୍ରୋଲ, ଡିଜେଲ ଓ ଏଲପିଜି ସହ କ୍ଷୀର ଦାମ ବି ବୃଦ୍ଧି ପାଇବା ଲୋକ ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କ୍ଷୀର ଲିଟର ପିଛା ୨-୫ ଟଙ୍କା ବୃଦ୍ଧି କରାଯାଇଥିଲା। ଦିନକୁ ଦିନ ଏଭଳି ଦର ବୃଦ୍ଧି ହେଉଥିବା ବେଳେ ଲୋକେ ମୁଣ୍ଡରେ ହାତ ଦେଇଛନ୍ତି।

ବହୁ ମାସର ବ୍ୟବଧାନ ପରେ ଏଲପିଜି ଦର ବୃଦ୍ଧି ପାଇଛି । ଗତ ବର୍ଷ ଅକ୍ଟୋବର ୬ ତାରିଖରେ ଶେଷ ଥର ପାଇଁ ବୃଦ୍ଧି ପାଇ ଥିଲା । ପୂର୍ବରୁ ଏହାର ଦର ୮୯୯.୫୦ ଟଙ୍କା ଥିଲା । ବର୍ତ୍ତମାନ ଏହାର ଦର ୯୪୯.୫ ଟଙ୍କାକୁ ବୃଦ୍ଧି ପାଇଛି। ସେପେଟ କୋଲକାତାରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୭୬ ଟଙ୍କାକୁ ବୃଦ୍ଧି ପାଇଛି। ଉତ୍ତର ପ୍ରଦେଶରର ଲକ୍ଷେ୍ନାରେ ୯୮୭.୬ ଓ ପାଟନାରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୪୭.୫ ଟଙ୍କାକୁ ବୃଦ୍ଧି ପାଇଛି।