ସଫଳ ହୋଇଛି କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ

ଧାମରା : ଡିଆରଡିଓ ପକ୍ଷରୁ ପରୀକ୍ଷଣ ହୋଇଥିବା କ୍ଷେପଣାସ୍ତ୍ର ‘ପ୍ରଳୟ’ ସଫଳ ହୋଇଛି । ଏହି ପରୀକ୍ଷଣଟି ଧାମରା ଅବଦୁଲ କଲାମ ଦ୍ୱୀପରୁ ୯.୫୦ରେ ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ପ୍ରଳୟ’ର ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କ୍ଷମତା ରହିଛି ୧୫୦ରୁ ୫୦୦ କିଲୋମିଟର । ପ୍ରଳୟର ଓଜନ ପାଖାପାଖି ୩୫୦ରୁ ୭୦୦ କିଲୋଗ୍ରାମ ଓଜନର ଅସ୍ତ୍ରଶସ୍ତ୍ର ନେବାର ସକ୍ଷମ । ଯଦି ଏଲଓସି ନିକଟରେ ଏହାକୁ ମରାଯାଏ, ତେବେ ଚୀନର ଗୁପ୍ତ ସୁଡଙ୍ଗ, ତୋପା ସବୁକିଛି ନଷ୍ଟ କରିଦେବ । ଏହାକୁ ୨୦୧୫ରୁ ନିର୍ମାଣ କରାଯାଉଥିଲା । ଏହାର ପରୀକ୍ଷଣ ଗତବର୍ଷ ୨୦୨୨ରେ ୨୧ ଏବଂ ୨୨ ଡିସେମ୍ବରରେ ମଧ୍ୟ ହୋଇସାରିଛି । ତେବେ ଏହି ବାଲାଷ୍ଟିକ ମିସାଇଲ ‘ପ୍ରଳୟ’ର ଓଜନ ୫ ଟନ୍ । ଏହା ଟାର୍ଗେଟକୁ ୧୦ ମିଟର ପରିଧି ମଧ୍ୟରେ ହିଟ୍ କରିବାର କ୍ଷମତା ରଖିଛି।