ମାସ ମାସ ଧରି ପୋଷ୍ଟ ଅଫିସକୁ ଯାଉନାହାନ୍ତି ପୋଷ୍ଟ ମାଷ୍ଟର

କଳାହାଣ୍ଡି : ମାସ ମାସ ଧରି ପୋଷ୍ଟ ଅଫିସକୁ ଯାଉନାହାନ୍ତି ପୋଷ୍ଟ ମାଷ୍ଟର l ପୋଷ୍ଟ ଅଫିସ କାମ ଛାଡି ଡାକ୍ତର ସାଜି ବୁଲୁଛନ୍ତି ପୋଷ୍ଟ ମାଷ୍ଟର ବାବୁ l ଏଭଳି ଘଟଣା ଦେଖିବାକୁ ମିଳିଛି ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଠାରେ, ସୂଚନା ଅନୁସାରେ ଆଜକୁ ପ୍ରାୟ ସାତ ଆଠ ମାସ ଧରି ପୋଷ୍ଟ ଅଫିସକୁ ଆସୁନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ l ଏମିତିକି ଲୋକଙ୍କୁ ଲୋନ କରାଇ ଦେବି କହି, ଠକି ଟଙ୍କା ନେଇଁ ନିଜେ ଆତ୍ମସାତ କରୁଛନ୍ତି ପୋଷ୍ଟ ମାଷ୍ଟର ବାବୁ ଜଣକ ଏବଂ ମନରେଗା କାର୍ଯ୍ୟର ମଜୁରୀ ଟଙ୍କା ମଧ୍ୟ ହେରଫେର କରୁଥିବା ଅଭିଯୋଗ ଆଣିଛନ୍ତି ସିନ୍ଧିପଦର ପଞ୍ଚାୟତବାସୀ l

ପୋଷ୍ଟ ଅଫିସକୁ ନଯାଇ ନିଜ ବ୍ୟକ୍ତିଗତ କାମରେ ବ୍ୟସ୍ତ ରହୁଛନ୍ତି ପୋଷ୍ଟ ମାଷ୍ଟର l ଏଭଳି ମନମୁଖୀ କାର୍ଯ୍ୟକୁ ନେଇଁ ଡାକ ଅଧିକାରୀ ଦୃଷ୍ଟି ଦେଉନାହାନ୍ତି କାହିଁକି ? ଏହାର ତୁରନ୍ତ ତଦନ୍ତ ହେବାପାଇଁ ସାଧାରଣରେ ଦାବି କରିଛନ୍ତି ଗ୍ରାମବାସୀ l ଏବେ ଦେଖିବାକୁ ବାକି ରହିଲା ଡାକ ଅଧିକାରୀ ଏହାକୁ ନେଇଁ କଣ ପଦକ୍ଷେପ ନେଉଛନ୍ତି l