ଜାପାନରେ ଶକ୍ତିଶାଳୀ ଝଡ ତୋଫାନ

( ମମତା ସାମଲ) : ଦୀର୍ଘ ୨୫ ବର୍ଷ ପରେ ଆଜି ଜାପାନରେ ସବୁଠାରୁ ଶକ୍ତିଶାଳୀ ତୋଫାନ ଆସିଛିି । ଦେଶର ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ସହ ଝଡତୋଫାନ ନେଇ ଚେତାବନୀ ଦିଆଯାଇଛି । ପଶ୍ଚିମ ଜାପାନରେ ଘଣ୍ଟା ପ୍ରତି ୨୧୬ କିମି ବେଗରେ ପବନ ବହିବା ସହ ଭୀଷଣ ବର୍ଷା ହେଉଛି । ସବୁଠାରୁ ଉତପ୍ତ ରହୁଥିବା ଅଞ୍ଚଳ ଏବେ ବର୍ଷା ପାଣିରେ ଉବୁଟୁବୁ ହୋଇଥିବା ନଜର ଆସିଛି । ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଲୋକଙ୍କୁ ଅତିଶୀଘ୍ର ସ୍ଥାନ ଖାଲି କରିବା ପାଇଁ ନିବେଦନ କରିଛନ୍ତି । ଏହା ସହ ଅଂଚଳବାସୀଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ଦ୍ରବ୍ୟ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ ବିଭାଗ ବନ୍ୟା ଏବଂ ପବନ ଯୋଗୁଁ ପଶ୍ଚିମ ଜାପାନରେ ଉଚ୍ଚ ଜୁଆର ଆସିବା ସହ ଅଧିକାଂଶ ଅଂଚଳ କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା କରିଛି । ୧୯୯୩ରେ ଶେଷଥର ପାଇଁ ଜାପାନରେ ଏଭଳି ଝଡତୋଫାନ ଦେଖାଯାଇଥିଲା ।