ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ନବରଙ୍ଗପୁର : ସୀମାନ୍ତ ରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳ ରେ ଗତ କିଛି ଦିନ ହେବ ଛତିଶଗଡ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଗତ ୨୦ ତାରିଖ ରେ କିଛି ହାତୀ ଛତିଶଗଡରୁ ଓଡ଼ିଶା ଭିତରକୁ ପଶି ଉପଦ୍ରବ କରିଥିଲା ବେଳେ ଗତ ରାତିରେ କୁନ୍ଦେଇ ଥାନା ଅନ୍ତର୍ଗତ ଶିଉନାପାଲି ଗ୍ରାମ ରେ କିଛି ହାତୀ ପଶି ଆସିଥିଲେ । କୁଡିଆ ଘର ଭିତରେ ସୋଇଥିବା ସମୟ ରେ କେଜୁ ଗଣ୍ଡ ନାମକ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଶୁଣ୍ଢରେ ଘରୁ ଟାଣି ନେଇ ଦଳି ଦେଲା ହାତୀ। ଗତ ରାତି ପ୍ରାୟ ୨ଟା ସମୟରେ ଓଡିଶା ଛତିଶଗଡ ସୀମାନ୍ତ ଏହି ଗାଁକୁ ପ୍ରାୟ ୪୦ ଛତିଶଗଡ଼ି ହାତୀ ପଶି ଆସିଥିଲେ। ସକାଳୁ ଖବର ପାଇ କୁନ୍ଦେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧ ଙ୍କ ମୃତଦେହ ଜବତ କରିଛି । ଅନ୍ୟ ପକ୍ଷରେ ବନ ବିଭାଗ କର୍ମଚାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।