ବାଲିଅନ୍ତା/ଜିତେନ୍ଦ୍ର କୁମାର ବେଉରା: ବାଳକାଟି ଫାଣ୍ଡି ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ଅଧୀନ ସାଗୁଆ ଗ୍ରାମରେ ଜଣେ ଯୁବକଙ୍କ ମୃତ ଦେହ ଜବତ କରାଯାଇଛି। ମୃତକ ହେଲେ ବିପିନି ବିହାରୀ ନାୟକଙ୍କ ବଡ଼ପୁଅ ବିଶ୍ବଜିତ ନାୟକ(୪୩) ଓରଫ ବାବୁ। ବିଶ୍ବଜିତଙ୍କ ଗଳାରେ କଟାଦାଗ ରହିଥିବାରୁ ତାଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହାଛଡ଼ା ପାରିପାର୍ଶ୍ବିକ ପରିସ୍ଥିତିରୁ ବିଶ୍ବଜିତଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ବାଲିଅନ୍ତା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।