ବଲାଙ୍ଗୀର;- ବାଃବାଃରେ ଦୁନିଆଁ । କିଛି ଟଙ୍କା ପାଇଁ ଭୁଲିଗଲ ମାନବିକତା । ଟଙ୍କା ପାଇଁ ଶବକୁ ମିଳିଲାନି ସମ୍ମାନ । କାରଣ ଆଜିର ସମାଜରେ ଟଙ୍କା ହେଉଛି କିଛି ଲୋକଙ୍କ ପାଇଁ ସବୁକିଛି । ସେଥିପାଇଁ ତ ଗରିବ ନିଜ ପରିବାରରେ କାହାର ଦେହ ଖରାପ ହେଉ କିମ୍ବା ଶବ ଆଣିବାକୁ ଆମ୍ବୁଲାନ୍ସ ମିଳିପାରିନି । ସେହିପରି ଜଣେ ଝିଅ ମାଆର ଶବକୁ ଟଙ୍କା ପାଇଁ ଆଣିପାରିଲେ ନାହିଁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଭୀମଭୋଇ କଲେଜରେ । ପାଖରେ ଅର୍ଥ ନଥିଲା ବୋଲି ମେଡିକାଲ ବେଡରେ ଦୀର୍ଘ ସମୟ ପଡିରହିଲା ମାଆର ମୃତଦେହ ।

ଆଉ କିଛି ବାଟ ନପାଇ ସେମିତି ମାଆର ଶବ ପାଖରେ ବସି ରହିଲା ନାବାଳିକା ଝିଅ । ମୃତ ମହିଳା ଜଣଙ୍କ ହେଉଛନ୍ତି ବଲାଙ୍ଗୀର ଲାଠୋର ଥାନା ଅନ୍ତର୍ଗତ ବେନ୍ଦେର ଗାଁର ସୂର୍ଯ୍ୟଜାନ୍ତି ମାଝୀ । ସତରେ ଦଇବ କେତେ ନିର୍ଦ୍ଦୟ । ଗତବର୍ଷ ବାପା ଛେଉଣ୍ଡ କରିଥିଲେ । ଆଉ ଏବେ ମାଆକୁ ବି ନେଇଗଲେ । ସୂଚନା ମୁତାବକ, ମାଆ ଅସୁସ୍ଥ ହେବାରୁ ଜିଲ୍ଲା ହସ୍ପିଟାଲକୁ ଆଣିଥିଲେ ଝୀଅ ଦିଲେଶ୍ୱରୀ । ହେଲେ ମାଆ ଆଉ ବଞ୍ଚିଲେନି । ପାଖରେ ଟଙ୍କାଟିଏ ନଥିଲା ବୋଲି ଘରକୁ ମାଆର ଶବ ନେବାକୁ ହସ୍ପିଟାଲରେ ନା ଥିଲା ଆମ୍ବୁଲାନ୍ସ ଶବବାହକ ଗାଡି ।

ଆଉ ଘରୋଇ ଗାଡି ପାଣି ଅର୍ଥ ବି ନଥିଲା । ତେଣୁ ଶବ ଆଣିପାରିଲେ ନାହିଁ ଝିଅ । । କ୍ରମେ ମୃତଦେହରୁ ଦୁର୍ଗନ୍ଧ ବାହାରିବାରୁ ଲୋକେ ଅଭିଯୋଗ କରିଥିଲେ ଏବଂ ମେଡିକାଲ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହସ୍ପିଟାଲରେ କିଛି ଗାଡ଼ି ନଥିବାରୁ ଅଧୀକ୍ଷକ ମାନସୀ ପଣ୍ଡା ମେଡିକାଲ ଖର୍ଚ୍ଚରେ ଏକ ଘରୋଇ ଗାଡ଼ି ଡାକି ସୂର୍ୟ୍ୟକାନ୍ତିଙ୍କ ମୃତଦେହକୁ ଘରକୁ ପଠାଇବା ବନ୍ଦୋବସ୍ତ କରିଥିଲେ ।