ରଥଯାତ୍ରା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ

ବ୍ୟୁରୋ : ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ପୁରୀଠାରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି ଏକ ବୈଠକ । ଏଥିରେ ଶ୍ରୀ ମନ୍ଦିର ପ୍ରଶାସନ, ପରିଚାଳନା କମିଟି, ପରିମଳ, ରେଳ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ରଥଯାତ୍ରା ନିମନ୍ତେ ପ୍ରସ୍ତୁତ କରୁଥିଲେ ବ୍ଲୁ ପ୍ରିଣ୍ଟ ।

ଜିଲ୍ଲାପାଳଙ୍କ ସୂଚନାନୁଯାୟୀ ଏଥର ରଥଯାତ୍ରାର ଭକ୍ତଙ୍କ ଗହଣରେ ହେବ କି ବିନା ଭକ୍ତରେ ହେବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ଯେହେତୁ ଆଗକୁ କରୋନା ସ୍ଥିତି ଭୟାଭୟ ହେବାର ସମ୍ଭାବନା ହେବାର ଅଛି ତେଣୁ ସେ ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହେଉଛି । ଏଥିରେ କେତେ ପରିମାଣରେ ପୋଲିସ ନିୟୋଜିତ ହେବେ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି ।