ଭୁବନେଶ୍ୱର : ଶେଷ ହୋଇଛି ନବୀନ ଓ ଜଗନ ମୋହନ ରେଡ୍ଡୀଙ୍କ ବୈଠକ । ଏହି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପାଣି, ପ୍ରକଳ୍ପ, ସୀମା ବିବାଦ ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ ନେରେଡି, ଝଞ୍ଜାବତୀ ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇଥିବା ନେଇ ସୂଚନା ମିଳିଛି ।
ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନବନ୍ଦରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ଦୁଇ ନେତା ୪୫ ମିନିଟ ଧରି ବିଭିନ୍ନ ପ୍ରସଙ୍ଗରେ କଥା ହୋଇଛନ୍ତି । ପରେ ସଂନ୍ଧ୍ୟା ୭ଟାରେ ଭୁବନେଶ୍ୱର ବିିମାନବନ୍ଦରକୁ ଯାଇ ଆନ୍ଧ୍ର ଫେରିଯିବେ ମୁଖ୍ୟମନ୍ତ୍ରୀ ।