ମାର୍କେଟିଙ୍ଗ ଇନ୍ସପେକ୍ଟର ଧରିଲା ଭିଜିଲାନ୍ସ

ଭବାନୀପାଟଣା: ମାର୍କେଟିଙ୍ଗ ଇନ୍ସପେକ୍ଟର ଙ୍କୁ ଧରିଲା ଭିଜିଲାନ୍ସ ଟିମ । ଲାଞ୍ଚ ନେଉଥିବା  ବେଳେ ଧରିଛି ଭିଜିଲାନ୍ସ । ଭବାନୀପାଟଣା ଥୁଆମୂଳ ରାମପୁର ବ୍ଲକ ମାଭେର୍କଟିଙ୍ଗ ଇନ୍ସପେକ୍ଟର  ସୁଶାନ୍ତ ମଲ୍ଲିକ ଲାଞ୍ଚ ନେବା ବେଳେ ଭିଗିଲାନ୍ସ ଜାଲରେ ଧରାପଡିଛନ୍ତି । ସୂଚନା ଅନୁସାରେ ମାର୍କେଟିଙ୍ଗ ଇନ୍ସପେକ୍ଟର ବ୍ଲକ ଅଫିସରେ ଜଣେ ବ୍ୟକ୍ତିଙ୍କଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେବାବେଳେ କଳାହାଣ୍ଡି ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ବର୍ତ୍ତମାନ ଭିଜିଲାନ୍ସ ଟିମ୍ ସୁଶାନ୍ତ ମଲ୍ଲିକଙ୍କୁ ନିଜ ହେପାଜତକୁ ନେଇ ପଚରାଉଚୁରା କରୁଥିବା ଜଣାପଡିଛି।