ନୂଆଦିଲ୍ଲୀ: ଆରବସାଗରରେ ଦାନା ବାନ୍ଧିବ ଘୁର୍ଣ୍ଣିବଳୟ । ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟି ଲଘୁଚାପ ଆଜି ଅବପାତର ରୂପ ନେଉଥବା କୁହାଯାଉଛି । ଆସନ୍ତା ୨୪ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଉତ୍ତର ଦିଗରେ ଗତି କରିବ ଡିପ୍ରେସନ୍ । ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ଅବପାତ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ ଅବପାତ ଗୋଆ ଉପକୂଳରୁ ପଶ୍ଚିମ ଦକ୍ଷିଣ -ପଶ୍ଚିମ ଦିଗରେ ୯୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା କୁହାଯାଉଛି ।