ପ୍ରେମିକାର ପ୍ରତାରଣା ପାଇଁ ବିଷ ପିଇଲେ ପ୍ରେମିକ; ବିଷ ପିଇବାର ଭିଡିଓ ଭାଇରଲ

ବାଲେଶ୍ୱର/ ଶରତ ନାୟକ: ସବୁଠୁ ବଡ ଖବର ପ୍ରେମ ପାଇଁ  ନିରୀହ ଗଲା ଜୀବନ ।  ଜଣାଯାଏ ଉପହାର ଗ୍ରହଣ ନକରିବା ଓ କଥାବାର୍ତ୍ତା ନହେବାରୁ ବିଷ ପିଇ ଜୀବନ ହାରିଲେ ଜଣେ ଯୁବକ । ହେଲେ ସବୁଠୁ ବଡ଼ କଥା ହେଉଛି ଯୁବକ ଜଣକ ମୋବାଇଲରେ ବିଷ ପିଇବାର ଭିଡିଓ ରେକର୍ଡିଂ କରି ତାଙ୍କ ପ୍ରେମିକା ପାଖକୁ ପଠାଇଛନ୍ତି । ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା  ବ୍ଲକ ନହଙ୍ଗ ଗାଁରେ ।

 ବିଷପାନ କରିଆତ୍ମହତ୍ୟା କରୁଥିବା ଦୃଶ୍ୟ ର ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।  ବାଲେଶ୍ୱର ଖଇରା ଥାନା ନହଙ୍ଗ ମାହଳିକ ସାହିରେ ଦେଖିବାକୁ ମିଳିଛି  ଏପରି  ଅଭାବନୀୟ ଘଟଣା । ଏହି ଗ୍ରାମର ଗୟାଧର ମହାଳିକ ଙ୍କ ଏକମାତ୍ର ପୁତ୍ର ପପୁନ ସାତଦିନ ପୂର୍ବରୁ ବିଷପିଇ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଖଇରା,ଭଦ୍ରକ ରୁ ଅବସ୍ଥା ଗୁରୁତର ହେଵାରୁ କଟକମେଡ଼ିକାଲ ନେଇଯାଇଥିଲେ । ସାତଦିନ ମୃତ୍ୟୁ ସହିତ ସଂଗ୍ରାମ କରି ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତ ପପୁନ ଵିଷ ପିଉଥିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି । ଭଲପାଉଥିବା ଝିଅର ପ୍ରତାରଣା ଯୋଗୁଁ ଏପରି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।