ଖାଦ୍ୟପେୟ ଏହି ଭଳି ସାମଗ୍ରୀ ସାମିଲ କଲେ ଲିଭର ରହିବ ସୁରକ୍ଷିତ…

0

ବ୍ୟୁରୋ : ବ୍ୟସ୍ତବହୁଳ ଜୀବନରେ ମନୁଷ୍ୟ ସମାଜରେ ବିଭିନ୍ନ ପ୍ରକାର ରୋଗ ବ୍ୟାପୁଛି । ଖରାପ ଖାଦ୍ୟପେୟ ଓ ମଦ୍ୟପାନ ପରି କୁଅଭ୍ୟାସ କାରଣରୁ ମଣିଷ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଛି । ଲିଭର ସହ ଜଡ଼ିତ ଅନେକ ସମସ୍ୟା ସାମ୍ନା କୁ ଆସୁଛି । ଲିଭର ସମସ୍ୟା କାରଣରୁ ଅନେକ ଲୋକ ବହୁଳ ଭାବେ ଖର୍ଚ୍ଚାନ୍ତ ହେବା ସହ ଅକାଳରେ ମୃତ୍ୟୁବରଣ କରୁଥିବାର ଦେଖାଯାଉଛି ।

ସମୟ ଥାଉ ଥାଉ ସତର୍କ ହେଲେ ଲିଭରକୁ ସୁସ୍ଥ ରଖିବା ସହ ବହୁ ରୋଗରୁ ରକ୍ଷା ପାଇପାରିବେ । ତେବେ ଆୟୁର୍ବେଦିକ ଜଡ଼ିବୁଟିର ଉପଯୋଗ କରି ନିଜର ଲିଭରକୁ ସୁସ୍ଥ ରଖିବା ସହ ଶରୀରକୁ ସୁସ୍ଥ ରଖିପାରିବେ ।

ଏଲୋଭେରା : ଏଥିରେ ଭରପୁର ମାତ୍ରାରେ ଫାଇବର ଓ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ଯାହାକି ଲିଭରକୁ ଫ୍ରି ରେଡିକଲ୍ସ ଦ୍ବାରା ହେଉଥିବା ଅନେକ ପ୍ରକାରର କ୍ଷତିରୁ ବଞ୍ଚାଇଥାଏ । ଏଲୋଭେରାକୁ ଜୁସ ଭାବେ ଅଧିକାଂଶ ବ୍ୟବହାର କରିଥାନ୍ତି । ସୀମିତ ମାତ୍ରାରେ ଏଲୋଭେରାର ସେବନ କରିବା ଫଳରେ ଲିଭର ଦୀର୍ଘ ସମୟ ଧରି ସୁସ୍ଥ ରହିଥାଏ ।


ପୁନର୍ନବା : ଲିଭର ପ୍ରଦାହରୁ ପୁନର୍ନବା ରକ୍ଷା କରିଥାଏ । ଆପଣ ଭାବୁଥିବେ ଏହା କ’ଣ ? ପୁନର୍ନବା ହେଉଛି ଏକ ଜଡିବୁଟି, ଔଷଧ ଭାବେ ବ୍ୟବହାର କରାଯାଇଥାଏ । କିନ୍ତୁ ଏହାକୁ ବ୍ୟବହାର କରିବା ପାଇଁ ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।


ଅଁଳା : ଲିଭରକୁ ଡିଟକ୍ସ କରିବାର କାମ ଅଁଳା କରିଥାଏ । ଏହାର ପୋଷକ ତତ୍ତ୍ବ ଲିଭରର କାର୍ୟ୍ୟ କ୍ଷମତାକୁ ବଢ଼ାଇଥାଏ । ଅଁଳାରେ ଥିବା ହେପଟୋ-ପ୍ରୋଟେକ୍ଟିଭ ଗୁଣ ଲିଭରର କୋଷିକାଗୁଡ଼ିକୁ ସୁସ୍ଥ ରଖିଥାଏ । ତେବେ କଞ୍ଚା ଅଁଳାକୁ ଖାଇ ପାରିବେ, ଜୁସ କରି ପିଇପାରିବେ ଓ କ୍ୟାଣ୍ଡିର ମଧ୍ୟ ବ୍ୟବହାର କରିପାରିବେ ।


ଏଥିସହିତ ଲିଭରକୁ ସୁସ୍ଥ ରଖିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ନିକଟରୁ ଆବଶ୍ୟକୀୟ ପରାମର୍ଶ ଗ୍ରହଣ କରିବେ । ଦୈନିକ ଅତିକମ୍ରେ ୮-୧୦ ଗ୍ଲାସ ପାଣି ପିଅନ୍ତୁ । ଏହାଦ୍ୱାରା ଶରୀରରୁ ବିଷାକ୍ତ ତତ୍ତ୍ବ ସହଜରେ ବାହାରି ଯାଇଥାଏ । ଲିଭର ପାଇଁ ସବୁଜ ପନିପରିବା, ଫଳ, ଡାଲି, ଗାଜର ଖାଆନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟ ପାଇଁ ଭଲ ଉପାୟ ଆପଣାନ୍ତୁ ।