ଭୋଟ ଦେବାକୁ ଆସି ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର – ବଲାଙ୍ଗୀର ବନାରସ୍ ଗାଁରେ ଅଘଟଣ । ଏଭଳି ଘଟଣା ଘଟିଛି ସଇଁତଲା ବ୍ଲକ ବନାରସ ଗାଁର ୮ ନଂ ବୁଥରେ । ଭୋଟ ଦେବାକୁ ଆସି ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ଗୁଲାପି ମହାକୁର । ସୂୂଚନା ଯୋଗ୍ୟ ଯେ , ଲାଇନରେ ଛିଡା ହୋଇଥିବାବେଳେ ଚେତାଶୂନ୍ୟ ହୋଇପଡିଲେ ମହିଳା । ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଉଥିଲ।। । ହସ୍ପିଟାଲ ନେବାବେଳେ ମହିଳାଙ୍କର ମୃତ୍ୟୁ ହୋଇଛି ।