ହିଂଜିଳିକାଟୁ ଅଞ୍ଚଳର ନେତାଙ୍କୁ ବିଭିନ୍ନ ପଦପଦବୀରେ ସ୍ଥାନ ମିଳିଛି

0

ହିଂଜିଳିକାଟୁ: ଆଗକୁ ଆସୁଥିବା  ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ହିଂଜିଳିକାଟୁ ଅଞ୍ଚଳର ୨୯ଜଣ ନେତାଙ୍କୁ ବିଭିନ୍ନ ପଦପଦବୀରେ ସ୍ଥାନ ମିଳିଛି । ଯୁବଛାତ୍ର,ବରିଷ୍ଠ ନାଗରିକ ଓ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଛି ।ଦଳ ଆଗକୁ କିଭଳି ମଜବୁତ ହେବ ଓ ଭୋଟ୍ ବ୍ୟବଧାନ ବଢିବା ଆଶା ନେଇ ଶନିବାର ଏହି ତାଲିକା ପ୍ରକାଶିତ ହୋଇଛି । ପୂର୍ବତନ ନଗରପାଳ ତଥା ବରିଷ୍ଠ ନେତା ଶିବରାମ ଗୌଡ଼ଙ୍କୁ ରାଜ୍ୟ ସମ୍ପାଦକ ରୂପେ ମନୋନୀତ କରାଯାଇଛି ।

ହିଂଜିଳି ଓ ନିକଟବର୍ତ୍ତୀ ଗ୍ରାମର ବହୁ ଦଳୀୟ କର୍ମକର୍ତ୍ତାଙ୍କ ନାଁ ତାଲିକାଭୁକ୍ତ ହୋଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନିଜ ନିର୍ବାଚନ ମଣ୍ଡଳୀର ବହୁ ନେତାଙ୍କୁ ନେଇ ତାଲିକା ପ୍ରସ୍ତୁତ ହୋଇଥିବା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ପାଇଁ ଏଭଳି ତାଲିକା ପ୍ରକାଶିତ ହୋଇଥିବା ଚା’ ଖଟିରେ ଶୁଣିବାକୁ ମିଳୁଛି ।