କଟକ: ମାଇ ଲର୍ଡ ବଦଳରେ ସାର । କୋର୍ଟରେ ବଦଳିବ ବିଚାରପତିଙ୍କ ନାଁ । ଆଉ ଜଜଙ୍କୁ ଡାକି ପାରିବେନି ମାଇ ଲର୍ଡ । ଏଥର ମାଇ ଲର୍ଡ ବଦଳରେ ଡକାଯିବ ସାର । କୋର୍ଟରେ ଏତର ବିଚାରପତିଙ୍କୁ ସାର ବୋଲି କରାଯିବ ସମ୍ବୋଧନ । ଏମିତି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଏବଂ ଜଷ୍ଟିସ ଆର.କେ.ପଟ୍ଟନାୟକ । ଉଭୟଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଏନେଇ ଉଲ୍ଲେଖ କରାଯାଇଛି ।

ଏହି ଖଣ୍ଡପୀଠରେ ବିଚାରପତିଙ୍କୁ ‘ୟୋର ଅନର’, ‘ମାଇଁ ଲର୍ଡ’, ‘ୟୋର ଲର୍ଡସିପ’ ଭାବେ ସମ୍ବୋଧନ ନ କରିବା ପାଇଁ ଆଇନଜୀବୀ ଏବଂ ବିଭିନ୍ନ ପକ୍ଷଙ୍କୁ ଅନୁରୋଧ ହୋଇଛି । କେବଳ ଏତିକି ନୁହେଁ, ବିଚାରପତିଙ୍କୁ ସମ୍ବୋଧନ କରିବା ପୂର୍ବରୁ ‘ଅନରେବଲ’ ଶବ୍ଦର ମଧ୍ୟ ବ୍ୟବହାର ନ କରିବାକୁ ଅନୁରୋଧ କରାଯାଇଛି । ଏ ସମସ୍ତ ଉପସର୍ଗ ବଦଳରେ କେବଳ ‘ସାର’ ସହିତ କୋର୍ଟଙ୍କ ମର୍ଯ୍ୟାଦା ସଂଗତ ଅନ୍ୟ ସମ୍ବୋଧନର ରୀତି ଯଥେଷ୍ଟ ହେବ ବୋଲି ଖଣ୍ଡପୀଠରେ ଉଲ୍ଲେଖ ରହିଛି ।