ଶୂନ୍ୟକାଳରେ ଉଠିଲା ଆଦିବାସୀଙ୍କୁ ଅତ୍ୟାଚାର ପ୍ରସଙ୍ଗ

ଭୁବନେଶ୍ୱର: ଶୂନ୍ୟକାଳରେ ଆଦିବାସୀଙ୍କ ଉପରେ ପୋଲିସର ଅତ୍ୟାଚାର ପ୍ରସଙ୍ଗ ଉଠାଇଲେ କଂଗ୍ରେସ ସାଂସଦ ନରସିଂହ ମିଶ୍ର । ଜୁନ ୨୦୨୨ ରେ ନୂଆପଡା ବୋର୍ଡେନରେ ମାଓବାଦୀ ତିନି ଜଣ ସିଆରପିଏଫ ପୋଲିସଙ୍କୁ ହତ୍ୟା କରିଥିଲେ । ଏହି ଅଭିଯୋଗରେ ପୋଲିସ ବୋର୍ଡେନ ଗାଁକୁ ଯାଇ ସାକ୍ଷୀ ପ୍ରମାଣ ଯୋଗାଡ଼ ନକରି ବୋର୍ଡେନ ଗାଁର ଲୋକ ମାନଙ୍କୁ ଥାନାରେ ହଜାର ହେବାକୁ ନୋଟିସ ଦେଲେ । ଥାନାରେ ହଜାର ହେବା ପରେ ସେମାନଙ୍କୁ ବୋର୍ଡେନ ଥାନାରେ ସେମାନଙ୍କୁ ୫୦ ହଜାର ଟଙ୍କା ଅର୍ଥ ଲୋଭ ଦିଆଯାଇଥିଲା, ତଥାପି ସେମାନେ ଘଟଣା ସମ୍ପର୍କରେ କିଛି ଜାଣି ନଥିବା କଥା କହିଥିଲେ । ଏହା ପରେ ବି ସେମାନଙ୍କୁ ପୁଣି ପଚାରା ଉଚରା କରିବା ପାଇଁ ଏନଆଇଏ କଲିକତା ନେଇଥିଲେ । ସେଠି ତାଙ୍କୁ ଅତ୍ୟାଚାର କରଯାଇଥିଲା । ଘଟଣା ସମ୍ପର୍କରେ ସେମାନେ କିଛି ଜାଣି ନଥିବା କହିବା ପରେ ବି ସେମାନଙ୍କୁ କଲିକତା ନେଇ ଅତ୍ୟାଚାର କରାଯାଇଛି ।ତେବେ ସେମାନଙ୍କୁ ଏବେ ଭୁବନେଶ୍ୱରକୁ ହାଜର ହେବାକୁ କୁହାଯାଉଛି । ଯଦି ପୁଲିସ ଏଭଳି ଭାବରେ ନିରୀହ ଆଦିବାସୀଙ୍କ ଉପରେ ଏଭଳି ଅତ୍ୟାଚାର କରେ, ତାହାଲେ ମାଓବାଦୀ ଚିନ୍ତାଧାରାକୁ ଦମନ କରିବା ପାଇଁ ସରକାର ଯେଉଁ ଚିନ୍ତା କରୁଛନ୍ତି ତାହା ଫଳପ୍ରଦ ହେବ ନାହିଁ । ଗୋଟେ ପଟେ ମାଓବାଦୀର ଭୟ ଅନ୍ୟପଟେ ପୋଲିସର ଅତ୍ୟାଚାର ଭୟରେ ଗାଁ ଛାଡ଼ୁଛନ୍ତି ଆଦିବାସୀ ଲୋକେ, ତେଣୁ ଏହାର ପ୍ରତିବାଦ କରାଯାଇଥିଲେ ବି ଓଡିଶା ପୋଲିସ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ଆଣିଲେ ନରସିଂହ । ତେଣୁ ତୁରନ୍ତ ବିଧାନସଭାରେ ଏକ ଗୃହ କମିଟି ଗଠନ କରାଯାଇ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା