ସୋନପୁର : ଆଜି ସୋନପୁର ସହର ରେ ଥିବା ଘୋଡାଘାଟ ପଡା ଠାରେ ଶ୍ରୀ ରାମଲୀଳା ମଣ୍ଡପ ପ୍ରତିଷ୍ଠା ଓ ଶ୍ରୀ ହନୁମାନଙ୍କ ପ୍ରାଣ ପ୍ରତିଷ୍ଠା ଉଚ୍ଛବ ପାଳିତ ହୋଇଛି। ସମାଜସେବୀ ଓ ସଭାପତି ଶ୍ରୀବଛ ମଲ୍ଲିକ ଙ୍କ ସାହାଯ୍ୟ ରେ ଆଜି ସକାଳୁ ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା ଆରମ୍ଭ ହୋଇଛି । ଶୋଭାଯାତ୍ରାରେ ବାଦ୍ୟଯନ୍ତ୍ର ଦ୍ୱାରା ସୋନପୁର ସହର ପ୍ରକମ୍ପିତ ହୋଇଥିଲା।ତିନି ଦିନ ଧରି ଏହି ଉଚ୍ଛବ ପାଳନ କରାଯିବ । ଏଥିରେ ରାମଳୀଳା କମିଟିର ସଭାପତି ଭାଗୀରଥି ମିଶ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।