ସାଉଦି ଆକ୍ରମଣରେ ଅତିକମରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ହୁଥିମାନେ ଦାବି କରିଛନ୍ତି

ସାଉଦି ଆକ୍ରମଣରେ ଅତିକମରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ହୁଥିମାନେ ଦାବି କରିଛନ୍ତି।  ୟେମେନର ହୁଥି ଗୋଷ୍ଠୀ ସହ ଜଡ଼ିତ ଗଣମାଧ୍ୟମଗୁଡ଼ିକ କହିଛନ୍ତି ଯେ, ସାଉଦି ଆରବ ଦ୍ୱାରା କରାଯାଇଥିବା ବାୟୁ ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ଅତିକମରେ ୩୩ ଜଣ ଲୋକ ପ୍ରାଣ ହରାଇଛନ୍ତି।  ହୁଥିମାନଙ୍କ ଦ୍ୱାରା ପରିଚାଳିତ ‘ଅଲ୍ ମସିରା’ (AI Masirah) ନାମକ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ସିଧାପ୍ରସାରଣ ଭିଡିଓରେ ଦେଖିବାକୁ ମିଳିଛି ଯେ, ଉଦ୍ଧାରକାରୀ ଦଳ ରାଜଧାନୀ ସାନା (Sanaa) ର ପୂର୍ବ ଦିଗରେ ଥିବା ‘ଅଲ୍-ଶରିୟା’ (al- Shariyah) ସହରରେ କିଛି କୋଠାର ଭଗ୍ନାବଶେଷ ମଧ୍ୟରୁ ମୃତଦେହ ବାହାର କରୁଛନ୍ତି। ଏହି ଭଗ୍ନାବଶେଷ ମଧ୍ୟରୁ ଉଦ୍ଧାର କରାଯାଇଥିବା ମୃତଦେହଗୁଡ଼ିକ ମଧ୍ୟରେ ଛୋଟ ପିଲାଙ୍କ ମୃତଦେହ ମଧ୍ୟ ରହିଛି। ଉକ୍ତ ଟେଲିଭିଜନ ଚ୍ୟାନେଲରେ କିଛି ଆହତ ବ୍ୟକ୍ତିଙ୍କୁ ଷ୍ଟ୍ରେଚରରେ ରଖି ଡାକ୍ତରଖାନା ନିଆଯାଉଥିବାର ଦୃଶ୍ୟ ମଧ୍ୟ ଦେଖାଯାଇଛି।

ଶନିବାର ଦିନ ସାଉଦି ଆରବ ଏହି ଆକ୍ରମଣ କରିଥିଲା। ଏଥିରେ ୩୯ ଜଣ ଲୋକ ଆହତ ହୋଇଥିବା ମଧ୍ୟ ସଂସ୍ଥା ପକ୍ଷରୁ କୁହାଯାଇଛି। ସାଉଦି ଆରବ ଏକ ମେଣ୍ଟର ନେତୃତ୍ୱ ନେଉଛି, ଯାହା ୟେମେନର ଆନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ ସରକାରଙ୍କ ସମର୍ଥନରେ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ହୁଥିମାନଙ୍କ ବିରୋଧରେ ଲଢ଼େଇ କରିଆସୁଛି। ୟେମେନରେ ଚାଲିଥିବା ଯୁଦ୍ଧ କିଛି ବର୍ଷ ପାଇଁ ଶାନ୍ତ ପଡ଼ିଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଥରେ ଉଗ୍ର ରୂପ ନେଇଛି।

ସାନା ବିମାନବନ୍ଦରରେ (ଯାହା ହୁଥିମାନଙ୍କ ନିୟନ୍ତ୍ରଣରେ ରହିଛି) ସାଉଦି ଆରବ ଆକ୍ରମଣ କରିବା ପରେ ଉଭୟ ପକ୍ଷ ମଧ୍ୟରେ ଥିବା ଅସ୍ଥାୟୀ ଯୁଦ୍ଧବିରତି ଭାଙ୍ଗି ଯାଇଥିଲା। ଇରାନର ଏକ ବିମାନକୁ ସେଠାରେ ଅବତରଣ କରିବାରୁ ରୋକିବା ପାଇଁ ସାଉଦି ଆରବ ଏହି ଆକ୍ରମଣ କରିଥିଲା। ଏହା ପରେ ଇରାନ ସମର୍ଥିତ ହୁଥିମାନେ ସାଉ ମିଳିତ ଜାତିସଂଘ କହିଛି ଯେ, ସଂଘର୍ଷ ପୁନର୍ବାର ଆରମ୍ଭ ହେବା ପରଠାରୁ ୧,୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୩,୦୦,୦୦୦ରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ସାଉଦି ଆରବ ପକ୍ଷରୁ ହୁଥି ବିଦ୍ରୋହୀଙ୍କ ଠିକଣା ଉପରେ ନିୟମିତ ଭାବେ ବୋମାମାଡ଼ କରାଯାଉଛି; ଅନ୍ୟପକ୍ଷରେ, ହୁଥି ଗୋଷ୍ଠୀ ମଧ୍ୟ ସାଉଦି ଆରବ ଭିତରେ ଥିବା ବିମାନବନ୍ଦର ଓ ତୈଳ କେନ୍ଦ୍ର ସମେତ ବିଭିନ୍ନ ସ୍ଥାନକୁ ଲକ୍ଷ୍ୟ କରି ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଆଲ୍-ଶରିୟା’ (al- Shariyah) ଠାରେ ଆକ୍ରମଣ ହେବାର କିଛି ଘଣ୍ଟା ପୂର୍ବରୁ, ସାଉଦି ଆରବ ନେତୃତ୍ୱାଧୀନ ମେଣ୍ଟ ଜଣାଇଥିଲା ଯେ ସେମାନେ ରିୟାଦ ଆଡ଼କୁ ଆସୁଥିବା ଏକ କ୍ଷେପଣାସ୍ତ୍ରକୁ ମଝି ରାସ୍ତାରେ ହିଁ ଅଟକାଇ ଦେଇଛନ୍ତି। ହୁଥି ଗୋଷ୍ଠୀର ଜଣେ ନେତା, ମହଦି ଅଲ୍-ମଶାତ୍, ଶପଥ ନେଇଛନ୍ତି ଯେ ୟେମେନରେ ହୋଇଥିବା ସଦ୍ୟତମ ଆକ୍ରମଣର ପ୍ରତିଶୋଧ ସେମାନଙ୍କ ଗୋଷ୍ଠୀ ନେବ।