ରାଜ୍ୟ ସରକାରଙ୍କ ହବିଷ୍ଯାଳି ଶିବିରରେ ରହି ହବିଷ କରିବେ ହବିଷ୍ୟାଳି

ପୁରୀ/ସଂଜୟ ମହାପାତ୍ର : ଅକ୍ଟୋବର ୧୮ରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। ପୁରୀରେ କାର୍ତ୍ତିକ ବ୍ରତଧାରୀ ମାନଙ୍କର ହେବ  ଗହଳି ଚହଳି। କିଏ ମଠବାଡିରେ ତ ଆଉ କିଏ ରାଜ୍ୟ ସରକାରଙ୍କ ହବିଷ୍ଯାଳି ଶିବିରରେ ରହି ହବିଷ କରିବେ। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅର୍ଥ ବ୍ଯବସ୍ଥା ମଞ୍ଜୁର କରିଛନ୍ତି। ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ହବିଷ୍ଯାଳିଙ୍କ ସଂଖ୍ୟା ହ୍ରାସ କରାଯାଇଛି। ସରକାରୀ ଶିବିରରେ ରହିବାକୁ ଇଚ୍ଛୁକ ହବିଷ୍ଯାଳିଙ୍କ ପାଇଁ    ଅନଲାଇନ ଆବେଦନର ବ୍ଯବସ୍ଥା ରହିଛି। ଆସନ୍ତା ୬ରୁ ୧୧ତାରିଖ ମଧ୍ୟରେ ଅନଲାଇନ ଖୋଲାରହିବ। ଏହି ସମୟ ମଧ୍ୟରେ ଯୋଗ୍ଯ ପ୍ରାର୍ଥୀ ମାନେ ଆବେଦନ କରିବାକୁ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ ଜରୀଆରେ ସୂଚନା ଦେଇଛନ୍ତି। ସେପଟେ ହବିଷ୍ଯାଳିଙ୍କ ପାଇଁ ପୂର୍ବବର୍ଷ ମାନଙ୍କ ଭଳି ବ୍ଯବସ୍ଥା ରହିବ। ମାତ୍ର ଏଥର  ଯେଉଁମାନେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଏଥର ସରକାରୀ ଶିବିରରେ କମିବ  ହବିଷ୍ଯାଳି ମାନଙ୍କ ସଂଖ୍ୟା। ପୂର୍ବବର୍ଷ ୩୦୦୦ ହବିଷ୍ଯାଳିଙ୍କ ପାଇଁ ସରକାର ବ୍ଯବସ୍ଥା କରିଥିବା ବେଳେ ଚଳିତ ବର୍ଷ ଅଢେ଼ଇ ହଜାର ରେ ସୀମିତ ରଖାଯିବ।  ହବିଷ୍ଯାଳି ମାନେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା ଆବଶ୍ୟକ। ତେବେ ଯେଉଁ ମାନେ ଏହି ଶିବିରରେ ହବିଷ କରି ଓଷା ସମ୍ପୂର୍ଣ୍ଣ କରି ଯାଇପାରିବେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ। ତେବେ  ରାଈଦାମୋଦର ବ୍ରତ ପାଇଁ ଚଳିତ ମାସ ୬ ତାରିଖରୁ ଅନଲାଇନ edistrict.odisha.gov.in ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହେବ।ଏହା ଅକ୍ଟୋବର ୧୧ତାରିଖ ଅଥବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଜାରି ରହିବ । ଅକ୍ଟୋବର ୧୮ ରୁ ହବିଷ୍ୟାଳୀ ବ୍ରତ ଆରମ୍ଭ ହେଉଥିବାରୁ ସମସ୍ତ ପ୍ରସ୍ତୁତି  ଚୁଡାନ୍ତ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ରାଜ୍ୟ ସରକାର ଚଳିତ ବର୍ଷ  ହବିଷ୍ୟାଳୀ ବ୍ରତ ପାଇଁ ଅନୁମତି ଦେବା ସହ ଆନୁସଙ୍ଗିକ ଅର୍ଥ ମଧ୍ୟ ମଞ୍ଜୁର କରିଛନ୍ତି।ଚଳିତ ବର୍ଷ ବୃନ୍ଦାବତୀ ନିବାସ, ବାଗେଲା,ଅକ୍ଷୟ ପାତ୍ର ଓ ମୋଚି ସାହି କଲ୍ୟାଣ ମଣ୍ଡପ ରେ ହବିଷ୍ୟାଳୀ ମା ମାନ ଙ୍କୁ ରଖାଯିବ।ସେମାନଙ୍କ ରହଣି ସହ ପ୍ରାତଃ ରୁ ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ ,ଭଜନ କୀର୍ତ୍ତନ ଇତ୍ୟାଦି ର  ବ୍ୟବସ୍ଥା କରାଯାଇଛି।

ସେପଟେ ପଞ୍ଜିକରଣ ପାଇଁ ଏଥର ଅନେକ କଟକଣା ରହିଛି। ସମସ୍ତ ଆବେଦନକାରୀ ଯୋଗ୍ଯ ବିବେଚିତ ହୋଇନପାରନ୍ତି। ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହୋଇ ହୋଇଥିବା ବିଧବା ହବିଷ୍ଯାଳିଙ୍କୁ ଓ ନୂତନ ଆବେଦନକାରୀ ଙ୍କୁ ପ୍ରାଧାନ୍ୟ ଦିଆଯିବ।ଅନଲାଇନରେ ପଞ୍ଜିକରଣ କରି ହିତାଧିକାରୀ ଭାବେ ଚୟନ ହୋଇଥିବା ମା ମାନଙ୍କୁ ସେମାନଙ୍କ ରହଣି ସ୍ଥାନ ଓ କେତେ ତାରିଖରେ ପହଞ୍ଚିବେ ସେମାନ ଙ୍କୁ ସୂଚନା ଦିଆଯିବ। ବିନା ପଞ୍ଜିକରଣ ରେ ଅପ୍ରତ୍ୟାଶିତ ଭାବେ ହବିଷ୍ୟାଳୀ ଶିବିରକୁ ଆସୁଥିବା ବ୍ୟକ୍ତି ଙ୍କ ଅନୁରୋଧକୁ ଗ୍ରହଣ କରାଯିବ ନାହିଁ।ଶିବିରରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ   ଅସୁସ୍ଥ ଥିଲେ ଗ୍ରହଣ କରାଯିବ ନାହିଁ ।୧୮ରୁ ନଭେମ୍ବର ୧୫ପର୍ଯ୍ୟନ୍ତ କାର୍ତ୍ତୀକବ୍ରତ ବାନ୍ଧିବେ ହବିଷ୍ଯାଳି।  ଅନଲାଇନରୁ ମିଳିବ  ଆବେଦନ ଫର୍ମ।  ୬ତାରିଖ ରୁ  ୧୧ତାରିଖ ମଧ୍ୟରେ ଆବେଦନ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଅନୁମତି ପତ୍ର ନଥିଲେ ଗ୍ରହଣ କରାଯିବ ନାହିଁ କି ସ୍ପର୍ଟ ପଞ୍ଜିକରଣ ଉପରେ ରହିଛି କଟକଣା।