୨ମାସ ଭିତରେ କମିଟି ଗଠନ ସଂପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

0

ପୁରୀ: ହାଇକୋର୍ଟରେ ଶ୍ରୀ ମନ୍ଦିରର ରତ୍ନଭଣ୍ଡାର ମରାମତି ସମ୍ପର୍କିତ ମାମଲାର ହେଲା ଶୁଣାଣି । ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ରତ୍ନଭଣ୍ଡାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି । ୨ମାସ ଭିତରେ କମିଟି ଗଠନ ସଂପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କମିଟିରେ ଇଞ୍ଜିନିୟର ଓ ସେବାୟତମାନେ ରହିବେ । ପ୍ରଥମେ ରତ୍ନଭଣ୍ଡାର ବାହାର ମରାମତି ହେବ । ତେବେ ଭିତର ରତ୍ନଭଣ୍ଡାର କେବେ ମରାମତି ହେବ, ସେନେଇ ମଧ୍ୟ କମିଟି ନିଷ୍ପତ୍ତି ନେବ। ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ।