ଆଇଜର ହଷ୍ଟେଲ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ଆଇଜର ହଷ୍ଟେଲରଭ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡୁମାଡିହି ଗ୍ରାମର ସମୟ ସତ୍ୟ ମତର ମୁର୍ମୁ । ସେ ଚଳିତ ବର୍ଷ ୨୦୨୩ ବ୍ୟାଚରେ ଆଇଜରରେ ଆଡମିଶନ ନେଇଥିବା ବେଳେ ଗତ ୨୫ ଦିନ ହେଲା ସେ କ୍ୟାମ୍ପସକୁ ଆସିଥିଲେ ।

ଗତକାଲି ମଧ୍ୟାହ୍ନ ସମୟରେ କ୍ୟାମ୍ପସ ର ସଫେଇ କର୍ମଚାରୀ ତାଙ୍କୁ ପୁରୁଷ ଛାତ୍ରାବାସ -୧ର ରୁମ ନମ୍ୱର୍ ୭୨୯ରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏହାପରେ ସେମାନେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ଛାତ୍ର କୁ ସେଠାରୁ କର୍ମଚାରୀମାନେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ସେଠାରେ ଡାକ୍ତର ଛାତ୍ର ଟିକୁ ମୃତ ଘୋଷଣା କରିଥିଲେ। ଏହାପରେ ଏକ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ କମ ଦିନ ହେବ କ୍ୟାମ୍ପସକୁ ଆସିଥିବା ସମୟ ସତ୍ୟ କାହିଁକି ଆତ୍ମହତ୍ୟା କଲେ ତାହା ଜଣା ପଡି ନଥିବା ବେଳେ ଗୋଳନ୍ଥରା ପୋଲିସ ନିଜର ତଦନ୍ତ ଜାରି ରଖିଛି। ଆଜି ତାଙ୍କ ପରିବାର ଲୋକେ ପହଞ୍ଚିବା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯିବ ।