ଗୋଷ୍ଠୀ ସଂଘର୍ଷର କରୁଣ ପରିଣତି : ଜଣେ ମୃତ, ଦୁଇ ଗୁରୁତର

ଗଞ୍ଜାମ/ରଜନୀକାନ୍ତ ପାତ୍ର : ସର୍ଵ ସମ୍ମୁଖରେ ହଣାମରା। ଗୋଟାଏ ଗୋଷ୍ଠୀର ଜଣେ ମୃତ,ଦୁଇଜଣ ଗୁରୁତର ଆହତ । ଘଟଣା ଘଟିଛି ପାତ୍ରପୁର ବ୍ଲକ ଜରଡ଼ା ଥାନା ସାମନ୍ତିଆପଲ୍ଲୀ ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ। ମୃତକ ହେଲେ ଏମ ରାମା ରାଓ,ଗୁରୁତର ଦୁଇଜଣ ହେଲେ ଏମ କ୍ରୀଷ୍ଣା ଏବଂ ଏମ ନର୍ସୟା। ଗୋଷ୍ଠୀ ସଂଘର୍ଷର କାରଣ ଅସ୍ପଷ୍ଟ। ଆକ୍ରମଣ ପରେ ତିନି ଜଣଙ୍କୁ ପାତ୍ରପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ମୃତ୍ୟୁ। ଅନ୍ୟ ଦୁଇଜଣଙ୍କୁ ବ୍ରହ୍ମପୁର MKCG ସ୍ଥାନାନ୍ତର।