ବେଣାପୁରା ଠାରେ ସରକାରୀ କଲ୍ୟାଣ ମଣ୍ଡପ ଉଦଘାଟିତ

ଜଳେଶ୍ଵର / ଅଜିତ କୁମାର ସାହୁ : ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତର ବାରୁଣୀ ପଡିଆ ନିକଟରେ ସରକାରୀ କଲ୍ୟାଣ ମଣ୍ଡପର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସନ୍ତୋଷପୁର ପଞ୍ଚାୟତର ସରପଞ୍ଚ ସଂଗ୍ରାମ କୁମାର ଦାସ ମହାପାତ୍ର ଉକ୍ତ କାର୍ୟ୍ୟକ୍ରମକୁ ଅଧ୍ୟକ୍ଷତା କରୁଥିବା ବେଳେ, ଜଳେଶ୍ଵର ବିଧାୟକ ଅଶ୍ଵିନୀ କୁମାର ପାତ୍ର ଉଦଘାଟକ ଓ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା, ସମ୍ମାନିତ ଅତିଥି ଭାବେ ବସ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଞ୍ଜଳି ଦାସ, ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସମହାପାତ୍ର, ବସ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ଞାନରଞ୍ଜନ ସାହୁ, ବସ୍ତା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ, ଜଳେଶ୍ଵର ମୁନ୍ସିପାଲଟି ଚେୟାର ମ୍ୟାନ ପ୍ରତିପ କୁମାର ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ବେଣାପୁରା ବାରୁଣୀ ପଡିଆ ସରକାରୀ ସ୍ତରରେ ପର୍ୟ୍ୟଟନ କ୍ଷେତ୍ରର ମାନ୍ୟତା ପାଇ ନଥିଲେବି, ଦୈନିକ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟାର ପର୍ୟ୍ୟଟକ ଆସି ରାତ୍ରି ଯାପନ କରି ନିକଟସ୍ଥ ସୁବର୍ଣ୍ଣରେଖା ନଦୀରେ ସ୍ନାନ କରି ଜଗନ୍ନାଥ ଦର୍ଶନ କରିଥାନ୍ତି । ଏହା ସହିତ ବାରୁଣୀ ଯାତ୍ରା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ବେଶ୍ ଭିଡ଼ ଜମିବା ସହିତ, ମେଳା, ବିବାହ, ବ୍ରତ ଘର ଆଦି କାର୍ୟ୍ୟ ସମ୍ପାଦନ ହୋଇଥାଏ। ତେବେ କଲ୍ୟାଣ ମଣ୍ତପ ହେବା ଦ୍ବାରା ଆହୁରି ଅଧିକରୁ ଅଧିକ ଯାତ୍ରୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହିତ ସ୍ଥାନୀୟ ଲୋକେ ରାତ୍ରି ଯାପନ କରିବା ସହିତ ବେଶ୍ ଉପକୃତ ହୋଇପାରିବେ।

ଆଗାମୀ ଦିନରେ ସରକାରୀ ଓ ପ୍ରଶାସନିକ ସ୍ତରରେ ନିଶ୍ଚିତ ଭାବେ ଆହୁରି ଅଧିକ ବିକାଶ କରାଯିବ। ଯାହା ଦ୍ୱାରା ସ୍ଥାନୀୟ ଅଞ୍ଚଳ ରୋଜଗାର ବୃଦ୍ଧି ପାଇବା ସହିତ ସରକାରୀ ଭାବେ ପର୍ୟ୍ୟଟନ କ୍ଷେତ୍ରର ମାନ୍ୟତା ମିଳିପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିବା ବେଳେ ମୋ ପରିବାର ଓ ଜୀବନ ବିନ୍ଦୁ ସହାୟତାରେ ରକ୍ତ ଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା।