ବବିଙ୍କ ବାସଭବନ ଭିତରର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଏ ଅଧିକାରୀ

ଭୁବନେଶ୍ୱର: ପ୍ରଣବ ପ୍ରକାଶ ଦାଶଙ୍କ ସରକାରୀ କ୍ୱାର୍ଟରେ ପହଂଚିଲେ ଜି.ଏ ଅଧିକାରୀ । ଜିଏ ବିଭାଗର ଅଧିକାରୀ ପହଂଚି ବାସଭବନ ଭିତରର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସରକାରୀ ବାସଭବନ ବୁଲି ଦେଖିବା ସହ ବେଆଇନ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ନିର୍ମାଣ ପାଇଁ ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ କାହିଛନ୍ତି । ଏହା ସହ ଆହୁରି ମଧ୍ୟ କହିଛନ୍ତି ମୂଳ କ୍ୱାର୍ଟର୍ସ ଯାହା ଯେମିତି ଥିଲା ସେମିତି ରହିଛି । କ୍ୱାର୍ଟର୍ସ ପରିସରରେ ଦୁଇଟି ବଡ କୋଠା ନିର୍ମାଣ କରିଯିବା ସହ ପ୍ରାୟ ୨ ହଜାର ବର୍ଗଫୁଟର ଷ୍ଟିଲ ଷ୍ଟକଚର ନିର୍ମାଣ କରାଯାଇଥିବା ସେ କହିଛନ୍ତି । ନିର୍ମାଣ କରାଯାଇଥିବା ଏହି ଷ୍ଟ୍ରକଚର ଦୁଇଟି ଭଙ୍ଗାଯାଇଛି । କିନ୍ତୁ ଏହି ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା କି ନାହିଁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜି.ଏ କହିଛନ୍ତି ।