ଭୁବନେଶ୍ୱର: ଆସନ୍ତାକାଲି ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୨୭ଟି ଜିଲ୍ଲାରେ ୬୪ଟି ବ୍ଲକରେ ଭୋଟ୍ ଗ୍ରହଣ କରାଯିବ । ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେବ । ଚତୁର୍ଥ ପର୍ଯ୍ୟାୟରେ ୧୨୫୪ଟି ଗ୍ରାମ ପଞ୍ଚାୟତ ରହିଛି । ୧୭ ହଜାର ୮୯ଟି ବୁଥରେ ଭୋଟ୍ ଗ୍ରହଣ ହେବ । ମୋଟ୍ ୫୧ ଲକ୍ଷ ୩୧ ହଜାର ୭୨୭ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ଗତକାଲି ପ୍ରଚାର ଶେଷ ହୋଇଛି । ଏବେ ବୁଥରେ ପହଞ୍ଚୁଛନ୍ତି ପୁଲିଂ ଅଧିକାରୀ । ବୁଥ୍ ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତିନିଟି ପର୍ୟ୍ୟାୟରେ ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିବାରୁ ଚତୁର୍ଥ ପର୍ୟ୍ୟାୟରେ କିପରି ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରାଯିବ ତାହା ବଡ଼ ଚ୍ୟାଲେଞ୍ଜ ହେବ । ସେପଟେ, ତୃତୀୟ ପର୍ୟ୍ୟାୟ ମତଦାନରେ ୭୧ ପ୍ରତିଶତ ମତଦାନ ହୋଇଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନ । ତୃତୀୟ ପର୍ୟ୍ୟାୟରେ ୨୯ଟି ଜିଲ୍ଲାର ୧୮ ହଜାର ୪୯୫ ବୁଥରେ ଭୋଟ ଗ୍ରହଣ ଶେଷ ହୋଇଛି ।