ବନ ବିଭାଗ ଜାଣି ପାରିଲା ନାହିଁ ବାଘ ଖାଇଗଲା ଗୋରୁ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଗାଁ ପଞ୍ଚାୟତ ର ତାଳବନ୍ଧ ରେଞ୍ଜ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲ ବାଲିଚୁଆ ଓଆଶାଡ଼ଲା ଗାଁର ଚାରି ଜଣ ଚାଷୀଙ୍କ ସବୁଦିନ ପରି ଆଜି ମଧ୍ୟ ପଚିଶ ରୁ ଉର୍ଦ୍ଧ ଗୋରୁଗାଈ ଚରିବା ପାଇଁ ଜଙ୍ଗଲ କୁ ଯାଇଥିଲେ।ପନ୍ଦର ତାରିଖ ସନ୍ଧ୍ୟାରେ ପରେ ଛଟି ଗୋରୁ ନ ଫେରିବାରୁ ଗ୍ରାମବାସୀ ଏ ବାବଦରେ ବନ ବିଭାଗକୁ ଜଣାଇଥିଲେ।ଗୋରୁଗୁଡିକୁ ବାଘ ଆକ୍ରମଣ କରି ମାରି ଦେଇଥିବା ବନ ବିଭାଗ ଜାଣିପାରି ନଥିଲା।ଜଙ୍ଗଲରୁ ଛଟି ଗୋରୁଙ୍କ କ୍ଷତାକ୍ତ ମୃତ ଦେହ ମିଳିଥିଲା।

ବାଘ ଗଣନା ସମୟରେ ଏହି ଜଙ୍ଗଲରେ ବାଘ ଅଛନ୍ତି ବୋଲି ଗ୍ରାମବାସୀଙ୍କ ପାଇଁ ସତର୍କ ସୂଚନା ନ ଥିବାରୁ ଏମିତି ଅଘଟଣ ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ପ୍ରତ୍ୟେକ ମୃତ ଗୋରୁ ବାବଦରେ ପାଞ୍ଚ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ଯୋଶୀପୁର ଏସିଏଫ ପ୍ରଦୀପ ଦେ କହିଛନ୍ତି।ଯେଉଁ ଟଙ୍କା ବନ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି ତାହା ସମୁଦ୍ରକୁ ଶଙ୍ଖେ ପାଣି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ତାଳବନ୍ଧ ରେଞ୍ଜର ଦାସ ବାବୁ କହିଛନ୍ତି ଏହା ଚିତା ବାଘ ହୋଇଥାଇପରେ।ଗୋରୁ ମାନଙ୍କୁ ଆକ୍ରମଣ କରି ଖାଇବା ସମୟରେ ଦେଖି ନ ଥିବାରୁ ଏହା କେଉଁ ପ୍ରଜାତିର ବାଘ ତାହା ତଦନ୍ତ ସାପେକ୍ଷ।ଖବର ପ୍ରଚାରିତ ହେବା ପରେ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।