ପୁରୀ : ପୁରୀ ଜିଲ୍ଲାରେ ଆତଙ୍କ ଖେଳାଇଥିବା କୁମ୍ଭୀର କୁ କାବୁ କରିଛନ୍ତି ମତ୍ସ୍ୟଜୀବୀ । କୁମ୍ଭୀରକୁ କାବୁ କରି ବନ ବିଭାଗକୁ ଖବର ଦେଇଥିଲେ ମତ୍ସ୍ୟଜୀବୀ । ଖବରପାଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ, କୁମ୍ଭୀରଟି ଚୁପରିଙ୍ଗି ବ୍ରିଜ ତଳେ ରହି ଆତଙ୍କ ସୃଷ୍ଟି କରୁଥିଲା। ଫଳରେ ସ୍ଥାନୀୟଲୋକେ ବ୍ରିଜ ତଳକୁ ଯିବାକୁ ଭୟ କରୁଥିଲେ। ଶନିବାର କେତେକ ମତ୍ସଜୀବୀ ବ୍ରିଜ୍ତଳେ ମାଛ ଧରିବାକୁ ଜାଲ ପକାଇଥିଲେ। ସେହି ସମୟରେ ଆତଙ୍କ ଖେଳାଇଥିବା କୁମ୍ଭୀରଟି ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିଲା। କୌଶଳକ୍ରମେ ମତ୍ସ୍ୟଜୀବୀ କୁମ୍ଭୀରକୁ ମାଡ଼ିବସିଥିଲେ। ପରେ ମତ୍ସ୍ୟଜୀବୀମାନେ କୁମ୍ଭୀରକୁ ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ବନ ବିଭାଗ କୁମ୍ଭୀରକୁ ଏକ ସୁରକ୍ଷିତ ଅଞ୍ଚଳରେ ଛାଡ଼ିବାକୁ ଯୋଜନା କରିଛନ୍ତି।