ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ । ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗରେ ଲାଗିଲା ନିିଆଁ । ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ନିଆଁ ଲାଗିବା ଫଳରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷ ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ଦେଖି ବିଭାଗରେ ଉପସ୍ଥିତ ଥିବା କର୍ମଚାରୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିଆଁ ଲାଗିବା ଘଟଣାର ତଦନ୍ତ ଚାଲିଛି ।