ଭବନେଶ୍ୱର (ଆଦର୍ଶ ରାଉତ) : ପୂର୍ବତନ ଏମଏଲଏ ମଲ୍ଲ ବିଜୟ ପ୍ରସାଦଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି ଇଓଡବ୍ଲୁ । ୱେଲଫେୟାର ବିଲଡିଂ ଆଣ୍ଡ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ଼ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିଲେ ପୂର୍ବତନ ଆନ୍ଧ୍ର ଏମ ଏଲ ଏ । ଓପିଆଇଡି କୋର୍ଟରେ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି ଇଓଡବ୍ଲୁ । ଠକେଇ ପରିମାଣ, କେତେ ଜଣ ଲୋକ ଠକେଇର ଶିକାର ହୋଇଛନ୍ତି , ଟଙ୍କା କେଉଁ କେଉଁ ଜାଗାରେ ବିନିଯୋଗ କରାଯାଇଛି , ଗ୍ଲାମର ଲିଙ୍କ , ସହଯୋଗ ଓ ପାରିବାରିକ ଲିଙ୍କ , ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ଆର୍ଥିକ କାରବାର ନେଇ ଯାଞ୍ଚ କରିବ ଇଓଡବ୍ଲୁ ।