ପୁରୀ / ସଞ୍ଜୟ ମହାପାତ୍ର: ଚାଲିଛି ମହାଧାର୍ମିକ କାର୍ତ୍ତିକ ମାସ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବାକୁ ହଜାରହଜାର ହବିଷ୍ୟାଳିଙ୍କ ସକାଳୁ ସକାଳୁ ଭିଡ ପରିଲକ୍ଷିତ ହେଉଛି। ଏହାରି ଭିତରେ ଆଜି ପୁରୀରେ ପ୍ରଥମ କୁହୁଡିର ଅନୁଭବ ହୋଇଛି। କୁହୁଡିର ପ୍ରଥମ ସ୍ପର୍ଶରେ ଶ୍ରୀମନ୍ଦିର ନୀଳଚକ୍ର ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉନାହାନ୍ତି। କୁହୁଡିର ଚାଦରରେ ଘୋଡେଇ ହୋଇଛି ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଆଉ ଶ୍ରୀମନ୍ଦିର ନୀଳଚକ୍ର। ଆଜିଠାରୁ ମଧ୍ୟ ଶୀତର ପ୍ରଥମ ଅନୁଭୂତି ପୁରୀରେ ଦେଖିବାକୁ ମିଳିଛି। ଘନ କୁହୁଡି ସମ୍ପୂର୍ଣ୍ଣ ଭାବେ ଶ୍ରୀମନ୍ଦିରକୁ ଢାଙ୍କି ରଖିଥିବା ବେଳେ ନୀଳଚକ୍ର ମଧ୍ୟ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉନାହାନ୍ତି। ସବୁଠାରୁ ବଡ କଥା ହେଉଛି ପ୍ରତିଦିନ ନିଳଚକ୍ର ଦର୍ଶନ କରି ଦୈନନ୍ଦିନର କାର୍ଯ୍ଯ ଆରମ୍ଭ କରିଥାନ୍ତି ଶ୍ରୀମନ୍ଦିର ଠାରୁ ପ୍ରାୟ ଆଠ ଦଶ ମାଇଲ ଦୁରରେ ବସବାସ କରୁଥିବା ଗ୍ରାମବାସୀ ଓ ହବିଷ୍ଯାଳି। ତେବେ ସେମାନେ ନିଳଚକ୍ର ଦର୍ଶନ କରିବା ନପାରି ନିରାଶ ହୋଇଛନ୍ତି।