କଳାହାଣ୍ଡି / ଜନକ ପୋଡ଼: କୂଅରୁ ଉଦ୍ଧାର ହେଲା ଦନ୍ତା ହାତୀ । କଳାହାଣ୍ଡି ଜିଲା ନର୍ଲା ରେଞ୍ଜର ଜାମପଡା ଗାଁରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଥିବା ଦନ୍ତା ହାତୀ ଉଦ୍ଧାର ହୋଇଛି।
ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତିରେ ନର୍ଲା ରେଞ୍ଜ ଅନ୍ତର୍ଗତ ଜାମ ପଡ଼ା ନିକଟବର୍ତ୍ତୀ ଏକ ପରିତ୍ୟକ୍ତ କୁଅ ରେ ଦୁଇ ଟିକିଆ ହାତୀ ମଧ୍ୟରୁ ଏକ ଦନ୍ତା ହାତୀ ପଡ଼ିଯାଇଥିଲା ଗୁରୁବାର ପାହାନ୍ତିଆ ସମୟରେ ସ୍ଥାନୀୟ ଲୋକେ ସୂଚନା ପାଇ ଦନ୍ତା ହାତୀ କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିବା ବେଳ ସୂଚନା ପାଇ ବନବିଭାଗ ରେଞ୍ଜର ସହିତ ଅନ୍ୟାନ୍ୟ ଟିମ୍ ପହଞ୍ଚି ଜେସିବି ମେସିନ ସାହାଯ୍ୟ ରେ କୂଅ ର ଆଉ ଗୋଟେ ପଟ ଖୋଲି ହାତୀକୁ ଉଦ୍ଧାର କରିଛନ୍ତି। ବର୍ତ୍ତମାନ ହାତୀଟି ସୁରକ୍ଷିତ ଭାବରେ ଜଙ୍ଗଲ ଭିତର ପଟେ ପଲେଇ ଯାଇଛି।