ରାଜ୍ୟରେ ମୌସୁମୀ ପ୍ରଭାବରେ ୨୬ତାରିଖରୁୁ ବଢିବ ବର୍ଷାର ବିସ୍ତୁତି

ଭୁବନେଶ୍ୱର: ରାଜ୍ୟରେ ମୌଦୁମୀ ପ୍ରଭାବରେ ବର୍ଷା । ବିଭିନ୍ନ ଅଞ୍ଚଳରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ବଙ୍ଗୋପସାଗରରେ ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି । ମିଳିଥିବା ସୂଚନା ମୁତାବକ, ବଙ୍ଗୋପସାଗରରେ ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଯାହାର ପ୍ରଭାବରେ ୨୬ ରୁ ବଢିବ ବର୍ଷା ।ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଥିବା ବେଳେ ଆଲର୍ଟ ଜାରି କରାଯାଇଛି ।
ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ବର୍ଷା ହେବ ଏବଂ ଆଗାମୀ ୪୮ ଘଣ୍ଟା ହାଲୁକା ବର୍ଷା ହେବ । ୨୬ରୁ ବଢିବ ବର୍ଷାର ବିସ୍ତୃତି। ୨୬ରୁ ୨୮ କିଛି ସ୍ଥାନରେ ପ୍ରବଳ ବର୍ଷା ସହ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଇପାରେ। ଆସନ୍ତା ତିନି ଦିନ ଉପକୂଳ, ଦକ୍ଷିଣ ଅଭ୍ୟନ୍ତରୀଣ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବିଜୁଳି ଘଡଘଡି ସହିତ ୩୦ ରୁ ୪୦କିମି ବେଗରେ ପବନ ବହିପାରେ, ଏହାକୁ ନଜରରେ ରଖିବା ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି ।