ଭୁବନେଶ୍ୱର : କ୍ୟାବିନେଟ ନିଷ୍ପତ୍ତି ଉପରେ ରୋକ । ଅଣ ଅନୁସୂଚିତ ଜନଜାତିଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ | ଏନେଇ ଏକ୍ସ ରେ ସୂଚନା ଜାରି କଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି | ଗତ ନଭେମ୍ବର ୧୪ରେ ଅନୁସୂଚିତ ଜନ ଜାତିଙ୍କୁ ଏନେଇ ଗତ କ୍ୟାବିନେଟରେ ମିଳିଥିଲା ଅନୁମତି | ଏହାକୁ ବିରୋଧ କରିଥିଲେ ବିରୋଧୀ ।

ଉଲ୍ଲେଖଯୋଗ୍ୟ, ଆଦିବାସୀ ଜମି ହସ୍ତାନ୍ତର ପାଇଁ ଆଇନରେ ସଂଶୋଧ ହୋଇଥିଲା । ଯାହାଫଳରେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ । ଏହାସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ । କିନ୍ତୁ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଏହି ନିଷ୍ପତ୍ତିକୁ କଡା ବିରୋଧ କରାଯାଇଥିଲା ।