କଟକ : ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା କଟକ ନଗର ବିଜେପି ଅଭିଯୋଗ ପରେ ଶୁଣୁନି ଜିଲା ପ୍ରସାସନ । ବାରମ୍ବାର ଅଭିଯୋଗ ସତ୍ତ୍ୱେ କାର୍ୟ୍ୟାନୁଷ୍ଠାନ ଦିଗ ସୁନ । ଆଜି ଏପରି ଅଭିଯୋଗ ଆଣିଛି କଟକ ନଗର ବିଜେପି । ଜିଲା ରେ ଦିନ କୁ ଦିନ ବେଆଇନ ବାଲି ଚୋରା ଚାଲାଣ ବୃଦ୍ଧି ପାଉଥିବା ସତ୍ତ୍ୱେ ଜିଲା ପ୍ରସାସନ ସାଜିଛି ନିରବ ଦୃଷ୍ଟା । ଏପରିକି ବାଲି ଚୋରି ସମୟ ମୋବାଇଲ ଭିଡିଓ ଜିଲାପାଳ ଙ୍କୁ ଦେଲା ପରେ ମଧ୍ୟ ସ୍ଥିତି ଯାହା ସେଇଆ । ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ରେ ଜିଲାପାଳ କାହିଁକି ଚୁପ ବସିଛନ୍ତି ତାହାକୁ ନେଇ ପ୍ରଶ୍ନ କରିଛି ବିଜେପି। ତେବେ କେବଳ କଟକ ନୁହେଁ ବରଂ ସାରା ରାଜ୍ୟ ରେ ଏହି ସ୍ଥିତି ଦୃଷ୍ଟି ଗୋଚର ହୋଇଛି । ଯାହାଦ୍ୱାରା ନଦୀ ର ଜଳ ଧାରଣା କ୍ଷମତା ଓ ନଦୀ ବନ୍ଦ ଦିନକୁ ଦିନ ଦୁର୍ବଳ ହେଉଛି। ତେଣୁ ଏପରି ସ୍ଥଳେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବି ଜଣାଇଛି ବିଜେପି । ଯଦି ଆଗମୀ ଦିନରେ ଏହି ଦିଗରେ ସରକାର ଚୁପ ବସନ୍ତି ତେବେ ବିଜେପି ଯେଉଁ କାର୍ୟ୍ୟପନ୍ଥା ଆପଣେଇବ ସେଥିପାଇଁ ଦାୟୀ ରହିବେ ସରକାର ।