ଫାଟିଲା ପାଣି ପାଇପ, ଉଠିଲା ଆକାଶ ଉଚ୍ଚକୁ ପାଣି

କଟକ : ଜାଇକାର ସ୍ୱରେଜ କାମ ଚାଲିଥିବା ବେଳେ ପିଏଚଡି ପାଣି ପାଇପ୍ ଫାଟି ସ୍ଥାନୀୟ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପୁରୀ ଘାଟରୁ ଖାନନଗର ଯାଉଥିବା ରିଂ ରୋଡରେ ଫାଟିଛି ପାଇପ୍ । ପାଇପ୍ ଫାଟି ୩୦ ଫୁଟରୁ ଅଧିକ ଉଚ୍ଚକୁ ପାଣି ଉଠୁଛି । ପିଚୁ ରାସ୍ତା ଫଟେଇ ପାଣି ସୁଅ ଉଠିବାରେ ଲାଗିଛି । ଜନଗହଳିପୂର୍ଣ୍ଣ ରିଂ ରୋଡ୍ ରାସ୍ତାରେ ଏଭଳି ଅଘଟଣା ଘଟିଥିବା ବେଳେ ଜାଇକାର କୌଣସି ଅଧିକାରୀଙ୍କୁ ଦେଖିବାକୁ ମିଳିନାହିଁ । ପାଇପ୍ ପାଣି ସୁଅ ପିଚୁ ରାସ୍ତାକୁ ନଷ୍ଟ କରିଦେଇଛି ।