ବକ୍ସିବଜାର ଯୁବକ ସଙ୍ଘ ତରଫରୁ କରୋନା ଟୀକାକରଣ କାର୍ୟ୍ୟକ୍ରମ ଆୟୋଜିତ

କଟକ(ଜଗନ୍ନାଥ ମହାନ୍ତି) : କରୋନା ମହାମାରୀ କୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଟୀକାକରଣ କୁ ପ୍ରାଧାନ୍ୟ ଦିଆ ଯାଉଥିବା ବେଳେ, ଆଜି ତା ୨୦.୯.୨୦୨୧ ରିଖ ସ୍ଥାନୀୟ ବକ୍ସିବଜାର କୁମ୍ଭାର ସାହି ଯୁବକ ସଙ୍ଘ ହଲ ଠାରେ ବକ୍ସିବଜାର ଯୁବକ ସଙ୍ଘ ଆନୁକୂଲ୍ୟରେ ଯୁବ ନେତା ସୟଦ ସାହାନୱାଜ ଅଲ୍ଲୀ (ନୱାଜ)ଙ୍କ ନେତୃତ୍ୱରେ ଓ ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ କରୋନା ଟୀକାକରଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କିଶୋର ସାହୂ ସମ୍ପାଦକ ବକ୍ସି ବଜାର ଯୁବକ ସଂଘ ପୂଜା କମିଟି, ସତ୍ୟମ ସାହୁ ଯୁବ ସମ୍ପାଦକ, ରତନ କୁମାର ବେହେରା, ବାପି ଦାସ, ଆଇ. ହୃଷିକେଶ, ଦିଗବିଜୟ ମହାନ୍ତି, ଅଶୋକ ସେଠି, ଶିବ ଶଙ୍କର ସାହୂ,ମନୋଜ ଦାସ, କିଷାନ ଗୁଇଁ, ସୁଜିତ ବାରୀକ, ଶେଖ ଖାଲିଦ, ଶେଖ ନାସୀର, ଆୟୁବ ଖାଁ, ପିଙ୍କୁ ସାହୂ ପ୍ରମୁଖ ଉପସ୍ଥିତ ଥିଲେ।