ଭବନେଶ୍ୱର : ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକରେ ସ୍ଥାନିତ ହେବ କରୋନା ବିଷୟବସ୍ତୁ । କୋଭିଡ ଭୟାବହତା ସମ୍ପର୍କରେ ପିଲା ମାନଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ କରିବା ପାଇଁ ନିଆଯାଇଛି ଏଭଳି ନିଷ୍ପତି । ଏବେ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ସତର୍କ ରହିବାକୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଥଣ୍ଡା ହୋଇଥିଲେ ପିଲାମାନେ ସ୍କୁଲ ଆସନ୍ତୁ ନାହିଁ । ସବୁ ଥଣ୍ଡା ଜ୍ଵର କୋଭିଡ ନୁହେଁ । ମାତ୍ର ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ଆମେ ଅଭିଭାବକ ମାନଙ୍କୁ କହୁଛୁ ସେମାନେ ପିଲାଙ୍କର ଥଣ୍ଡା ଜ୍ଵର ହେଉଥିଲେ ସ୍କୁଲ କୁ ଛାଡ଼ନ୍ତୁ ନାହିଁ ବୋଲି କହିଛନ୍ତି ଗାଣଶିକ୍ଷାମନ୍ତ୍ରୀ ।
ଅନ୍ୟପଟେ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ କୋର୍ସ ପାର୍ଟନ ଆମେ ଦେଇ ଦିଆସରିଛି । ତେଣୁ ଏଥର ୧୦୦ ମାର୍କ ଉପରେ ପରୀକ୍ଷା ହେବ । ସେହିପରି ଯେମିତି ସମେଟିଭ ୧ ଓ ୨ ଥିଲା ସେହି ଅନୁସାରେ ପରୀକ୍ଷା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ଜୀବ ବିଜ୍ଞାନ ବହିରେ ପୂର୍ବରୁ ୧୦ଟି ବିଷୟ ରହିଥିଲା ହେଲେ ଏବେ ବିଶ୍ୱ ମହାମାରୀ କୋଭିଡ୍ ୧୯ ଓ ତାହାର ପରିଚାଳନା ନାମକ ଏକ ନୂତନ ଅଧ୍ୟାୟ ଯୋଡ଼ା ହୋଇଛି । ଏଥିସହ ଜୀବନ ବିଜ୍ଞାନରେ ଅଧ୍ୟାୟ ସଂଖ୍ୟା ୧୧ ହୋଇଯିବ । ସେହିପରି ଭୂଗୋଳରେ ମଧ୍ୟ ଆଉ ଏକ ଅଧ୍ୟାୟ ଯୋଡା ଯାଇଥିବା ନେଇ ସୂଚନା ।