ଭୁବନେଶ୍ୱର : ବିଲ ଆଲୋଚନା ପୂର୍ବରୁ ବିଧାୟକ ମାନଙ୍କୁ ସେଇ ବିଲର ଡ଼କ୍ୟୁମେଣ୍ଟ ଦିଆଯାଉନି । ଘରୋଇ ବିଶ୍ଵ ବିଦ୍ୟାଳୟ ପାଇଁ କଣ ଗାଇଡ଼ ଲାଇନ ରହିଛି ବୋଲି ବିଧାନସଭାର ଶୁନ୍ୟ କାଳରେ ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସରକାର ଏତେ ତରବରିଆ ଭାବେ କାହିଁକି ବିଲକୁ ପାରିତ କରାଇ ନେଲେ । ଯାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସନ୍ଧେହ ଘେରକୁ ଆସିବା ସହ ଦୁର୍ନୀତିର ଗନ୍ଧ ବାରି ହେଉଛି । ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଘରୋଇ ବିଶ୍ୱ ବିଦ୍ୟାଳୟ ମାନଙ୍କୁ ଅନୁମତି ଦେବା ଅନୁଚିତ । ବୁକ ସ୍ରକ୍ୟୁଲାର 47 ଉଲଂଘନ ହେଉଛି । ମୁଖ୍ୟମନ୍ତ୍ରୀ ଠୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ପର୍ଯ୍ୟନ୍ତ ଯାହାଙ୍କୁ ବି ଚିଠି ଲେଖିଲେ କେହି ବି ଉତ୍ତର ଦେଉ ନାହାନ୍ତି । ଯେତେବେଳେ କି ନିୟମ ରହିଛି 15 ଦିନ ଭିତରେ ଉତ୍ତର ଦିଆଯିବ । ଖାଲି ସେତିକି ନୁହେଁ ବିଧାନସଭା ରେ ମନ୍ତ୍ରୀ ମାନଙ୍କୁ ପ୍ରଶ୍ନ କଲେ ତଥ୍ୟ ସଂଗ୍ରହ କରଯାଉଛି ବୋଲି ବାରମ୍ବାର ଉତ୍ତର ଆସୁଛି । ଶୁନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତି ରୁଲିଂ ଦାବି କରିଛନ୍ତି ନରସିଂହ ମିଶ୍ର ।
ବାଚସ୍ପତିଙ୍କ ନିର୍ଦେଶ:
ଯେଉଁ ତଥ୍ୟ ଗତକାଲି ବିଧାୟକ ମାନଙ୍କୁ ଦିଆ ଯାଇ ନାହିଁ ତାଙ୍କୁ ସେହି ବିଭାଗର ତଥ୍ୟ ଆଣି ବିଧାୟକ ମାନଙ୍କୁ ଯୋଗାଇ ଦେବା ପାଇଁ ବିଧାନସଭା ସଚିବଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ । ସେପଟେ ବୁକ ସ୍ରକ୍ୟୁଲାର 47 ଉଲଂଘନ ନେଇ ବାଚସ୍ପତିଙ୍କ ରୁଲିଂ । ଆସନ୍ତା ସପ୍ତାହକ ମଧ୍ୟରେ ମୁଖ୍ୟ ଶାସନ ସଚିବ ସଂସଦୀୟ ବ୍ୟାପାର ସଚିବ ଙ୍କୁ ଡାକି କାହିଁକି ବୁକ ସ୍ରକ୍ୟୁଲାର 47 ସଠିକ ଭାବେ କାର୍ଯ୍ୟକାରୀ ହେଉନି ତାହାର ଅନୁଧ୍ୟାନ କରାଯିବ ।