୩ ଟା ରୁ ରାତି ୧ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି କରିଛି କମିଣନରେଟ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରରେ ଭାଷାଣି ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୋଲିସ।ଅପରାହ୍ନ 3 ଟା ରୁ ରାତି 1ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା  ଜାରି ରହିବ। ଭୁବନେଶ୍ୱର ରେ ଚାରୋଟି ସ୍ଥାନରେ ହେବ ଭାଷଣ କାର୍ଯ୍ୟକ୍ରମ।  ସହିଦନଗର ଭସାଣ କାର୍ଯ୍ୟକ୍ରମ ପାଇଁ ବାଣୀବିହାର ରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା  ସିଲ ରହିବ।  ଉତ୍ତର ଭୁବନେଶ୍ବର ଭସାଣୀ କମିଟି ଚନ୍ଦ୍ରଶେଖର ପୁର ରେ ଭସାଣୀ ଯାତ୍ରା ଚାଲୁଥିବା ସମୟରେ କିଟ୍ ଛକ ପଟୁ ନାଲକୋ ଛକ ଆଡକୁ କୌଣସି ଯାନବାହାନ ଯିବାକୁ ଦିଆଯିବ ନାହିଁ । ସେହି ଗାଡିଗୁଡିକ ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଆଡ଼କୁ ଯାଇପାରିବେ । ରାଜଧାନୀ ମନ୍ଦିର ସୁରକ୍ଷା ଭସାଣୀ ସମିତି, ନୟାପଲ୍ଲୀ ରେ ଭସାଣୀ ଯାତ୍ରା ଚାଲୁଥିବା ସମୟରେ ସିଆରପି ପଟୁ କଟକ ଆଡକୁ ଯିବାକୁ ଚାହୁଁଥିବା ଯାନବାହାନ ଗୁଡିକ ସିଆରପି ଛକ ଠାରୁ ଏକାମ୍ର ପାର୍କ, ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ଦେଇ ଯାଇପାରିବେ । ଏହି ଭସାଣୀ ଯାତ୍ରା ସମୟରେ ଷ୍ଟୁଆର୍ଟ ସ୍କୁଲ ରାସ୍ତା ୟୁନିଟ-୮ ରାସ୍ତା, ଓ.ୟୁ.ଟି. ରାସ୍ତା ଏବଂ ନିୟୁ ଏୟାରପୋର୍ଟ ରାସ୍ତା ଦେଇ ଆସୁଥିବା ଯାନବାହାନ ଗୁଡିକୁ ଆବଶ୍ୟକ ଅନୁଯାଇ ଡାଇଭରସନ କରାଯିବ । ଖୋର୍ଦ୍ଧା ପଟୁ ଆସୁଥିବା ଭାରୀ ଯାନବାହାନ ଗୁଡିକ ଫାୟାର ଷ୍ଟେସନ୍‌ ଛକ ଠାରୁ ଫ୍ଲାଏ ଓଭାର ବ୍ରିଜ ଦେଇ ଯାଇପାରିବେ ।  ସେମାନଙ୍କୁ ସର୍ଭିସ ରୋଡ ରେ ଯିବାକୁ ଦିଆଯିବ ନାହିଁ । ଏହି କଟକଣା ଗୁଡିକ ପୁଲିସ, ଫାୟାର ବ୍ରିଗେଡେ,  ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକୀୟ ଗାଡି ଗୁଡିକ ପାଇଁ ଲାଗୁ ହେବ ନାହିଁ । ସେପଟେ ମା ଙ୍କୁ ବିସର୍ଜନ ପାଇଁ ରାଜଧାନୀ ରେ ଅସ୍ଥାୟୀ ପୋଖରୀ ଖୋଳା ଯାଇଛି. ଦୟା ନଦୀ, କୁଆଖାଇ, ଟଙ୍କପାଣି ସାଇମନ୍ଦିର ଆଦି ସ୍ଥାନରେ ଅସ୍ଥାୟୀ ପୋଖରୀ ଖୋଳା ଯାଇଛି। ଏହାସହ ସବୁ ସ୍ଥାନମାନଙ୍କରେ ପୋଲିସ ଓ ଅଗ୍ନିଶମ ବାହିନୀ ମୁତୟନ ରହିବେ।