ନୂଆଦିଲ୍ଲୀ : ହାଇକୋର୍ଟରେ ବିଚାରପତିଙ୍କ ନିଯୁକ୍ତି ପାଇଁ ୬୮ ଜଣ ବଚାରପତିଙ୍କ ନାମରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟର ତିନି ଜଣିଆ ବିଚାରପତି ବେଞ୍ଚ । ଆହ୍ଲାବାଦ, ରାଜସ୍ଥାନ, କୋଲକାତା , ଝାଡ଼ଖଣ୍ଡ, ଜମ୍ମୁ ଓ କାଶ୍ମୀର, ମାଡ୍ରାସ, ମଧ୍ୟପ୍ରଦେଶ, କର୍ଣ୍ଣାଟକ,ପଞ୍ଜାବ ଓ ହରିୟାଣା, କେରଳ, ଛତିଶଗଡ଼ ଓ ଗୌହାଟି ହାଇକୋର୍ଟ ନିମନ୍ତେ ବିଚାରପତି ନିଯୁକ୍ତି ହେବେ ।
୬୮ ଜଣଙ୍କ ମଧ୍ୟରୁ ୪୪ ଜଣ ଓକିଲ ଭାବେ କାର୍ୟ୍ୟ କରୁଥିବା ବେଳେ ୨୪ ଜଣ ଜିଲ୍ଲା ଜଜ୍ ରାଙ୍କର ବରିଷ୍ଠ ଜୁଡିସିଆଲ ଅଫିସର। ବର୍ତ୍ତମାନ ଦେଶର ବିଭିନ୍ନ ହାଇକୋର୍ଟରେ ୬୦ ଲକ୍ଷରୁ ଅଧିକ କେସ୍ ପେଣ୍ଡିଂ ହୋଇ ରହିଛି। ହାଇକୋର୍ଟର ବିଚାରପତି ପଦସଂଖ୍ୟା ୧୦୮୯ ହୋଇଥିବା ବେଳେ ଏବେ ପ୍ରାୟ ୪୩% ଅର୍ଥାତ ୪୬୫ଟି ପଦ ଖାଲି ପଡ଼ିଛି। ତେଣୁ କଲେଜିୟମ ଏକାଥରକେ ୬୮ ଜଣଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।