ବିକ୍ରମ ଦେବ ମହାବିଦ୍ୟାଳୟର ପ୍ଲାଟିନିମ୍ ଜୁବୁଲି ଉତ୍ସବ କାର୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

କୋରାପୁଟ : ଜୟପୁର ବିକ୍ରମ ଦେବ ମହାବିଦ୍ୟାଳୟର ପ୍ଲାଟିନିମ୍ ଜୁବୁଲି ଉତ୍ସବ କାର୍ୟକ୍ରମରେ ଆସନ୍ତା ୦୩-୦୨-୨୦୨୩ ତାରିଖରେ ମୂଖ୍ୟ ଅତିଥି ଭାବରେ ଓଡ଼ିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ଆଜି ବିକ୍ରମ ଦେଭ୍ କଲେଜ ଆଲୁମିନି ଆସୋସିଏସନ ତରଫରୁ ତରଫରୁ କଲେଜ ପରିସରରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଉପସ୍ଥିତିରେ ଏକ ବୈଠକ ଆୟୋଜିତ ହେଇଥିଲା । ଏହି ବୈଠକରେ କଲେଜ ପ୍ରିନ୍ସପାଲ ଏବଂ ଆଲୁମିନି ଆସୋସିଏସନର ସଦସ୍ୟ ମାନେ ମୂଖ୍ୟମନ୍ତ୍ରୀ ଗସ୍ତରେ କିଭଳି ଶାନ୍ତି ଶୃଙ୍ଖଳା ସହ କାର୍ୟ୍ୟକ୍ରମ ଶେଷ ହେବ ସେନେଇ ଆଲୋଚନା କରିଥିଲେ ।