ଭୁବନେଶ୍ୱର: ଆସନ୍ତା କାଲି କେନ୍ଦୁଝର ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳିରେ ପ୍ରଚାର କରିବେ ପ୍ରଧାନ ମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ୧୦ ଟା ୧୫ ମିନିଟରେ ପ୍ରଥମେ ସଦର ନିର୍ବାଚନ ମଣ୍ଡଳୀର ସିଲିସୁଆଁ ଫୁଟବଲ ପଡିଆରେ ବିମାନ ଯୋଗେ ଅବତରଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଠାରେ ୫ଟି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ତଥା ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ । ସେଠାରେ କାର୍ଯ୍ୟା ସମାପ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ହାଟଡିହି ନିକଟ ଅଣା ଫୁଟବଲ ପଡିଆରେ ୧୧ଟା ୧୫ ରେ ପହଞ୍ଚି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।