ପ୍ରଥମ ବିଶ୍ୱ ଓଡଆ ଭାଷା ସମ୍ମିଳନୀରେ ବିଶିଷ୍ଟ ଭାଷା ବିତ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ବିଶ୍ୱ ଓଡଆ ଭାଷା ସମ୍ମିଳନୀ । ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସମସ୍ତେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ମାତୃଭାଷା ଓଡିଆର ପ୍ରଚାର, ପ୍ରସାର ଓ ବିକାଶ ପାଇଁ ରାଜ୍ୟ ସରକରା ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବ । ଏହି ଅବସରରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମାନରେ ବିଶିଷ୍ଟ ଭାଷା ବିତ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କୁ ମାନପତ୍ର ସହ କୋଡିଏ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସମ୍ମିଳନୀରେ ଓଡିଶାର ଗୌରବମୟ ଅତୀତ, ପରିବର୍ତ୍ତନଶୀଳ ବର୍ତ୍ତମାନ ଓ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ପ୍ରଦର୍ଶିତ ହେବ । ୩ଟି ବିସ୍ତୁତ ବିଷୟ ଓ ସମୟସୀମା ପ୍ରାଚୀନ , ମଧ୍ୟ ଓ ଆଧୁନିକ ଉପରେ ଆୟୋଜିତ ହୋଇଛି । ଏହା ସହିତ ୫ ବର ପୁତ୍ରଙ୍କ ନାଁରେ ସମ୍ମିଳନୀ କକ୍ଷ କରାଯାଇଛି । ସମ୍ମିଳନୀରେ ହେଉଛି ଦେଶ ବିଦେଶର ଖ୍ୟାତିସମ୍ପନ୍ନ ଭାଷାବିତ, ଲେଖକ ଓ ସାହିତ୍ୟିକ ।