ଗଛରେ ପିଟି ହେଲା କାର୍

ନବରଙ୍ଗପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଘଟଣା ସ୍ଥଳରେ ୨ ମୃତ,୨ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୁର୍ଲୁଘାଟି ଗ୍ରାମ ନିକଟରେ। ମୃତକ ମାନେ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳ ଦିଗିସଲପା ଗ୍ରାମର ରିତିକ ବିଷୋୟୀ, ଉଦୟପୁର ଗ୍ରାମର ପ୍ରଦୀପ ଟାକ୍ରି ଏବଂ ଗୁରୁତର ମାନେ ହେଲେ ଇନ୍ଦ୍ରାବତୀର ସାମ୍ୟରଂଜନ ନାୟକ ଓ ଶ୍ରୀପତି କର୍କରା ଆଉଳିଗୁମ୍ମା ଗ୍ରାମର ବୋଲି ଜଣାପଡ଼ିଛି।

ଗତକାଲି ରାତିରେ ଦିଗିସଲପା ଗ୍ରାମରେ ଚାଲିଥିବା ଦଳ ପୂର୍ଣ୍ଣିମା ଦେଖି ଚାରିଜଣ ସାଙ୍ଗ ଗୋଟିଏ କାର ଯୋଗେ କୈଣସି କାମରେ ତେନ୍ତୁଳିଖୁଣ୍ଟି ଅଞ୍ଚଳରୁ ନବରଙ୍ଗପୁର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। କାର।ଯାହା ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।ଘଟଣାର ସ୍ଥଳରେ ପୁଲିସ ଏବଂ ଦମକଳ ବାହିନୀ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ନବରଙ୍ଗପୁର ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। କେଉଁ କାରଣରୁ କାରଟି ଦୁର୍ଘଟଣା ଗ୍ରସ୍ତ ହେଲା ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।ଏହି ଦୁଃଖଦ ଖବରକୁ ନେଇ ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।