ସର୍ଟ ସର୍କିଟରୁ ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା କାର

ଟାଙ୍ଗୀ / ରାକେଶ କୁମାର ଜଗଦେବ : ଚଳନ୍ତା କାର ରେ ଲାଗିଲା ନିଆଁ । ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା କାର । ଅଳ୍ପକେ ଵର୍ତ୍ତିଗଲେ ଯାତ୍ରୀ । ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥ ମା ଉଗ୍ରତାରା ଛକରେ ।
ସୂଚନା ଅନୁଯାୟୀ, ଇଣ୍ଡିଗୋ କାର ଟି ବାଲୁଗାଁ ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । କାରରେ ଜଣେ ମହିଳା ଓ ତାଙ୍କ ଛୁଆ ସହ ସ୍ୱାମୀ ଥିଲେ । ପ୍ରବଳ ଗରମ ଯୋଗୁଁ ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ଅନୁମାନ । ଖବର ପାଇ ଘଟଣା ସ୍ଥଳରେ ପହଁଚିଲା ଟାଙ୍ଗୀ ଅଗ୍ନିଶମ ବାହିନୀ । କାର ରେ ଥିବା ଯାତ୍ରୀ ମାନେ ସମ୍ପର୍କୀୟ ରୋଗୀଙ୍କୁ ଦେଖା କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ଯାଉଥିଲେ ।