ଆଉ ରାସ୍ତାକଡ଼ରେ ରହିବେନି ଭିକାରୀ; ଭୁବନେଶ୍ବରକୁ ଭିକାରୀ ମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ

ଭୁବନେଶ୍ବର : ଭୁବନେଶ୍ବରକୁ ଭିକାରୀ ମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ । ଆଉ ରାସ୍ତା କଡରେ ବୁଲିବେନି ଭିକାରୀ । ରାସ୍ତାରେ ଦେଖିଲେ ଉଠାଇ ନେବ ବିଏମ୍‌ସି ସ୍କୁୱାର୍ଡ଼ । ରାସ୍ତା କଡ଼ରେ କଡରେ ରହିବେନି ଭିକାରୀ । କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଭିକାରୀ ମୁକ୍ତ ଭୁବନେଶ୍ବର ପାଇଁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ ନିଷ୍ପତି ନିଆଯାଇଛି। ବର୍ତ୍ତମାନ ଭୁବନେଶ୍ବରକୁ ଭିକାରି ମାନେ ଆଉଥରେ ଆସିବା ଆରମ୍ଭ କରିଦେଇଛନ୍ତି ଏବଂ କେତେକ ମନ୍ଦିରରେ ଭିକାରୀ ବସିବା ଦେଖାଯାଇଛି।ସରକାରଙ୍କ ସହାୟତାରେ ଭୁବନେଶ୍ବରରେ ୫ ଶହ ଭିକାରୀ ରହିବା ଭଳି ୫ଟି ଥଇଥାନ କେନ୍ଦ୍ର ହୋଇଥିବା ବେଳେ ଏହାକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି କମିଶନର।ଏହା ସାଙ୍ଗକୁ ବର୍ତ୍ତମାନର ପାର୍ବଣ ଋତୁରେ ନାଗରିକ ଓ ଦର୍ଶନାର୍ଥୀଙ୍କ ସୁରକ୍ଷା ଦୃଷ୍ଟିରୁ ରାସ୍ତା କଡରେ କୌଣସି ବି ଭିକାରୀ ଯେପରି ନ ରହନ୍ତି, ସେଥିପାଇଁ ସ୍ଵତନ୍ତ୍ର ସ୍କାର୍ଡ ଗଠନ କରିବାକୁ ନିର୍ଦେଶ ଦିଆଯାଇଛି। ବିଏମସିର ତିନୋଟି ଜୋନ୍‌ରେ ୩ଟି ସ୍କୁକ୍ୱାର୍ଡ଼ ଗଠନ କରାଯିବ ।

ଏମାନେ ସଂପୃକ୍ତ ଜୋନାଲ ଡେପୁଟି କମିଶନରଙ୍କ ତତ୍ତ୍ଵାବଧାନରେ ରହିବ । ସ୍କାର୍ଡରେ ଜୋନାଲ କମ୍ୟୁନିଟ୍ ଅର୍ଗାନାଇଜର, ପରିଚାଳନା ସଂସ୍କାର ସଦସ୍ୟ ସଦସ୍ୟା, ସିଟି ମିଶନ ମ୍ୟାନେଜମେଟ ୟୁନିଟ୍‌ର କର୍ମଚାରୀ, ବିଏମ୍‌ସି ସାଇନ୍ ଟିମ୍, ପୋର୍ସସ, ଉଦ୍ଧାରକାରୀ ଦଳ ଇତ୍ୟାଦି ରହିବେ । କୌଣସି ବାର, ପର୍ବପର୍ବାଣୀ ଇତ୍ୟାଦିରେ ମନ୍ଦିର ଓ ପୂଜା ସ୍ଥଳିଗୁଡିକରେ ଭକ୍ତଙ୍କ ଭିଡ ସମୟରେ ଏହି ସ୍ମାର୍ଡ ନିୟମିତ ବୁଲି ଦେଖିବାକୁ କୁହାଯାଇଛି ।ସୂଚନାଯୋଗ୍ୟକି ବିଏମ୍ର ଏବେ ରଙ୍ଗ ବଜାର, ଅନ୍ଧାରୁଆ, ନିଳାଦ୍ରୀ ବିହାର, ପିଡବ୍ଲ୍ୟୁ ଡି ଏବଂ ଅନ୍ୟ ଭିକାରୀ ପ୍ରବଣ ଅଂଚଳରେ ଭିକାରୀ ଥଇଥାନ କେନ୍ଦ୍ର ରହିଛି । ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଲେଖାଏଁ ଭିକାରୀ ରହିପାରିବାର ବ୍ୟବସ୍ଥା ରହିଛି । ଏବେ ଏହି ସବୁ କେନ୍ଦ୍ରରେ ୩୦୦ ରୁ ଅଧିକ ଭିକାରୀ ରହିଛନ୍ତି । କିଛି ଭିକାରୀଙ୍କ ପରିବାର ସହ ଯୋଗାଯୋଗ କରାଇ, ସେମାନଙ୍କ ଘରେ ଛାଡି ଦିଆଯାଇଛି । ଯଦି କୌଣସି ପରିବାର ଘରେ ଛାଡି ଦିଆଯାଇଥିବା ଭିକାରୀଙ୍କୁ ପୁନଶ୍ଚ ଭିକ୍ଷାବୃତ୍ତି ପାଇଁ ପଠାନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।