ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଇଚିଣ୍ଡା ଗ୍ରାମ୍ୟ ଗିରିଶ କବାଡି ଦୋକାନ ପାଖରେ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର। ସେହି ନବଜାତ ଶିଶୁର ମୃତଦେହକୁ ୩ ଟି କୁକୁର ଅଧା ଝୁଣୁଥିବା ବେଳେ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଇଚିଣ୍ଡା ଗ୍ରାମର ଗିରିଶ କବାଡି ଦୋକାନ ନିକଟରେ ୩ ଟି କୁକୁର ଏକ ନବଜାତ ଶିଶୁ ମୃତଦେହକୁ ଝୁଣୁଥିବା ବେଳେ ଗିରିଶ ଚନ୍ଦ୍ର ଦେଖି ମଲିକ ଙ୍କ ସହ ଗ୍ରାମବାସୀଙ୍କୁ ଜଣାଇ ରାଇରଙ୍ଗପୁର ଟା ଉନ ପୋଲିସକୁ ଖବର ଦେଇଥିଲେ । ଶିଶୁଟିକୁ କୁକୁର ମାନେ ଖଣ୍ଡିଆ ଖାବରା କରିବା ସହ ଅଧା ଖାଇ ଦେଇଥିଲେ । ପୋଲିସ ଆସି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି । ଛୁଆଟି କେଉଁଠୁ ଆସିଲା, କିଏ ଆଣିଥିଲା, କାହିଁକି ଏକ ପରିତ୍ୟକ୍ତ ସ୍ଥାନରେ ଫୋପାଡି ଦେଲା , ଛୁଆଟିର ମାତାପିତା କିଏ? ତେଣୁ ପୋଲିସ ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।